ନୂଆଦିଲ୍ଲୀ: ପୋଲାଣ୍ଡରେ ଦୁଇ ଦିନ ବିତାଇବା ପରେ ଯୁଦ୍ଧ ବିଧ୍ବସ୍ତ ୟୁକ୍ରେନରେ ପହଞ୍ଚିଛନ୍ତି ପିଏମ ନରେନ୍ଦ୍ର ମୋଦୀ । ସ୍ପେଶାଲ ଟ୍ରେନ ଫୋର୍ସ ଓ୍ବାନରେ ୧୦ ଘଣ୍ଟାର ଯାତ୍ରା ପରେ କିବରେ ଅବତରଣ କରିବେ ମୋଦୀ । ରାଜଧାନୀ କିବରେ ସେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦମିର ଜେଲନସ୍କିଙ୍କୁ ଭେଟିବେ । ଋଷ-ୟୁକ୍ରେନ ମଧ୍ୟରେ ସବୁଠୁ ଲମ୍ବା ଯୁଦ୍ଧ ଜାରି ରହିଥିବା ବେଳେ ପିଏ ମୋଦୀଙ୍କ ଏହି ଗସ୍ତ ଅନେକ ଦୃଷ୍ଟିରୁ ଗୁରୁତ୍ବ ରଖେ । ୟୁକ୍ରେନରେ ୭ ଘଣ୍ଟାର ରହଣି ବେଳେ ମୋଦୀ ଜେଲେନସ୍କିଙ୍କ ସହିତ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିବେ । ଏଥିସହ ବହୁ ଦ୍ବିପାକ୍ଷିକ ଓ ବହୁପାକ୍ଷିକ ବୖଠକ ମଧ୍ୟ ଅନୁଷ୍ଠିତ ହବେ । ପିଏମ ସେଠାରେ ଭାରତୀୟ ବଂଶୋଦ୍ଭବଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ତେବେ ମୋଦୀ ପୁଟିନଙ୍କର ବଡ଼ ପ୍ରଶଂସକ ହୋଇଥିବା ବେଳେ ଭାରତ ଓ ଋଷର ସମ୍ବନ୍ଧ ପୂରା ବିଶ୍ବ ଜାଣେ । ଏମିତିରେ ଜେଲେନସ୍କିଙ୍କ ସହ ମୋଦୀଙ୍କ ଏ ଭେଟଘାଟରୁ କି ନିଷ୍କର୍ସ ବାହାରିବ? ଋଷ-ୟୁକ୍ରେନ ଯୁଦ୍ଧର ଟର୍ଣ୍ଣିଂ ପଏଣ୍ଟ ହେବ କି ଏହି ଭେଟଘାଟ? ଘଟିବ କି ସୁଦୀର୍ଘ ଯୁଦ୍ଧ ? ପୂରା ବିଶ୍ବର ଦୃଷ୍ଟି ଏବେ କିବ୍ ଉପରେ ।