
ନୂଆଦିଲ୍ଲୀ,୨୭ ।୪: କାଶ୍ମୀରକୁ ଅଶାନ୍ତ କରିବାକୁ ଆଫଗାନ ଆତଙ୍କବାଦୀଙ୍କୁ ମୁତୟନ କରିଛି । ଏ ନେଇ ପାକିସ୍ତାନ ଗୁଇନ୍ଦା ଏବଂ ସୁରକ୍ଷା ଏଜେନ୍ସି ପକ୍ଷରୁ ଗୁତୁତ୍ତ୍ୱପୁର୍ଣ ସୂଚନା । ସୂଚନା ଅନୁଯାୟୀ, ପାକିସ୍ତାନ ଜମ୍ମୁ ଏବଂ କାଶ୍ମୀରର ଶାନ୍ତ ପରିବେଶକୁ ବିପର୍ଯ୍ୟସ୍ତ କରିବା ପାଇଁ ପୂର୍ବରୁ ଆଫଗାନିସ୍ତାନରେ ଲଢ଼ିଥିବା ଆତଙ୍କବାଦୀମାନଙ୍କୁ ମୁତୟନ କରିଛି। ପାକିସ୍ତାନ ଗତ କିଛି ମାସ ମଧ୍ୟରେ ଆଫଗାନିସ୍ତାନରେ ତାଲିବାନ ସହିତ ଯୁଦ୍ଧ କରି ଯୁଦ୍ଧରେ ପାରଙ୍ଗମ ହୋଇଥିବା ଲସ୍କର-ଏ-ତୈବା (ଏଲଇଟି) ଆତଙ୍କୀଙ୍କୁ କାଶ୍ମୀରରେ ଅନୁପ୍ରବେଶ କରାଇଛି। ଏହି ଆତଙ୍କବାଦୀମାନେ ପୂର୍ବ ଅନୁପ୍ରବେଶକାରୀଙ୍କ ତୁଳନାରେ ଅଧିକ ମୌଳବାଦୀ ଅର୍ଥାତ ଦୁର୍ଦାନ୍ତ ଏବଂ କୌଶଳଗତ ଭାବରେ ଦକ୍ଷ ବୋଲି ଜଣାପଡ଼ିଛି।
ଅଧିକାରୀମାନେ କହିଛନ୍ତି ଯେ, ଭାରତର କାର୍ଯ୍ୟନୁଷ୍ଠାନରେ ଏବେ ପାକିସ୍ତାନ ଆତଙ୍କିତ ଅବସ୍ଥାରେ ଅଛି । ପାକିସ୍ତାନ କାଶ୍ମୀରରେ ବର୍ଦ୍ଧିତ ସ୍ଥିରତା ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ବିକାଶ ଅନ୍ତର୍ଜାତୀୟ ଦୃଷ୍ଟି ଆକର୍ଷଣ କରି ଥିବା ବେଳେ ଏହା ଦ୍ୱାରା ପାକିସ୍ତାନ ହତାଶ ହୋଇଛି। ଅଣୁ ଉଚ୍ଚ ପ୍ରଶିକ୍ଷିତ ଆତ୍ମଘାତୀ ଦଳ ପଠାଇ ପରିସ୍ଥିତିକୁ ଅସ୍ଥିର କରିବାକୁ ଚେଷ୍ଟା କରୁଛି।