ଏଣିକି ଜମି ମାପଚୁପକୁ ନେଇ ରହିବ ନାହିଁ ଚିନ୍ତା । ବାରମ୍ବାର ଦୌଡ଼ିବାକୁ ପଡ଼ିବନି ତହସିଲ ଅଫିସ । ସହଜରେ ହୋଇଯିବ ଜମି ମାପଚୁପ । ଜମି ଡିମାର୍କେସେନ ପାଇଁ ଆସିଲା ଅନଲାଇନରେ ଆବେଦନର ସୁବିଧା । ଏଣିକି ଅନଲାଇନରେ ଆବେଦନ କରିବା ମାତ୍ରେ ମିଳିଯିବ ଡିମାର୍କେସେନ ତାରିଖ । ନିର୍ଦ୍ଧାରିତ ତାରିଖରେ ପହଞ୍ଚି ଆପଣଙ୍କ ଜମି ଡିମାର୍କସେନ କରିବେ ତହସିଲ ଅଧିକାରୀ ଅମିନ ଏବଂ ପୋଲିସ ।
ତେବେ କେମିତି କରିବେ ଜମି ଡିମାର୍କେସେନ ପାଇଁ ଅନଲାଇନରେ ଆବେଦନ, ଦେଖନ୍ତୁ
ଏଥିପାଇଁ ପ୍ରଥମେ ରାଜସ୍ବ ବିଭାଗର ଅନଲାଇନ ସାଇଟକୁ ଯିବାକୁ ପଡ଼ିବ। ସେହି ସାଇଟରେ ମୋବାଇଲ ନମ୍ବର ପଞ୍ଜିକରଣ କରିବା ପରେ ଡିମାର୍କସେନ ପାଇଁ ଆବେଦନ କରିବାକୁ ହେବ। ଏଥିପାଇଁ ପରେ ଦେବାକୁ ପଡ଼ିବ ଆବଶ୍ୟକୀୟ ଜମି କାଗଜପତ୍ର ସହିତ ଡିମାର୍କେସନ ଫି । ଆବେଦନ ସବମିଟ ହେବା ପରେ ତାହାକୁ ଯାଞ୍ଚ କରିବେ ତହସିଲଦାର । ସବୁକିଛି ଠିକ ଥିଲେ, ଡିମାର୍କେସନ ତାରିଖ ସମ୍ବନ୍ଧରେ ଆପଣଙ୍କ ମୋବାଇଲ ନମ୍ବରକୁ ଆସିବ ଏସଏମଏସ । ଧାର୍ଯ୍ୟ ତାରିଖରେ ତହସିଲ ଅଧିକାରୀ ଏବଂ ଅମିନ ଆସି ଆପଣଙ୍କ ଜମିର ଡିମାର୍କେସେନ କରିବେ। ରାଜ୍ୟ ସରକାରଙ୍କ ପକ୍ଷରୁ ଜନହିତରେ କରାଯାଇଥିବା ଏହି ସୁବିଧାକୁ ଆପଣ କେମିତି ଦେଖନ୍ତି କମେଣ୍ଟ ବକ୍ସରେ ଜଣାନ୍ତୁ । ଭିଡିଓଟିକୁ ଲାଇକ ଶେୟାର କରନ୍ତୁ ଓ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିବାକୁ ଭୁଲନ୍ତୁ ନାହିଁ ।