ଜୀବନ ନେଇ ଯାଇଥାଆନ୍ତା ବେଲୁନ! ଅଳ୍ପକେ ବର୍ତ୍ତିଗଲେ ୩ ଜଣ ଲୋକ । ଲିଫ୍ଟ ଭିତରେ ବେଲୁନ ଘଟାଇଲା ପ୍ରଚଣ୍ଡ ବିସ୍ଫୋରଣ । ନିଆଁ ଧାସରେ ଆହତ ହୋଇଛନ୍ତି ଲିଫ୍ଟରେ ଥିବା ଲୋକେ । ଆପଣ କହିବେ ବେଲୁନରେ କେମିତି ବିସ୍ଫୋରଣ ଘଟିଲା ? ବିଶ୍ବାସ ନ ହେଲେ ଏ ଭିଡ଼ିଓ ଦେଖନ୍ତୁ । କିନ୍ତୁ ସାମଧାନ ଏ ଦୃଶ୍ୟ ଆପଣଙ୍କୁ ବିଚଳିତ କରିପାରେ । ଦୁର୍ବଳ ହୃଦୟର ଲୋକେ ଏହାକୁ ନ ଦେଖିବାକୁ ଅନୁରୋଧ ।

ଦେଖନ୍ତୁ ଲିଫ୍ଟ ଭିତରେ ବେଲୁନ ବିସ୍ଫୋରଣର ଭୟଙ୍କର ଦୃଶ୍ୟ । ଜଣେ ଯୁବକ କିଛି ବେଲୁନ ଲିଫ୍ଟରେ ନେଇ ଯିବାକୁ ଉଦ୍ୟମ କରୁଥିଲେ । କିନ୍ତୁ ଲିଫ୍ଟରେ ପ୍ରବେଶ କରିବାମାତ୍ରେ ଏଥିରେ ବିସ୍ଫୋରଣ ଘଟିଥିଲା । ହେଲେ କାହିଁକି? ବାସ୍ତବରେ ଏହା କିଛି ସାଧାରଣ ବେଲୁନ ନୁହେଁ । ବରଂ ହାଇଡ୍ରୋଜେନ ଗ୍ୟାସ ଥିବା ବେଲୁନ । ହାଇଡ୍ରୋଜେନ ବେଲୁନ ବେଶ୍ କିଛି ସମୟ ଉତ୍ତାପରେ ରହିଗଲେ ତାହା ମଧ୍ୟରେ ଚାପ ସୃଷ୍ଟି ହୋଇଥାଏ । ଫଳରେ ସେଥିରେ ବିସ୍ଫୋରଣ ଘଟେ ।