ଶତାଧିକ ବିମାନ, ୨୬ ଟ୍ରେନ ଚଳାଚଳ ରଦ୍ଦ

ନୂଆଦିଲ୍ଲୀ: କୁହୁଡି ପାଇଁ କଲବଲ ହେଉଛି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ। ଦିନରେ ବି ଛାଇଯାଉଛି ଅନ୍ଧକାର। ନୂଆଦିଲ୍ଲୀ ତଥା ଆଖପାଖର ଅନେକ ସ୍ଥାନରେ ଜିରୋ ଭିଜିବିଲିଟି କାରଣରୁ ଲୋକେ ହନ୍ତସନ୍ତ । ପୂର୍ବାହ୍ନରେ ଲାଗି ରହୁଛି ମୁହଁକୁ ମୁହଁ ଦେଖାଯାଉ ନ ଥିବା ଭଳି ସାଙ୍ଘାତିକ ପରିସ୍ଥିତି। ଫଳରେ ବୁଧବାର ଏଠାକାର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ୧୦୦ରୁ ଅଧିକ ବିମାନ ସମେତ ଦିଲ୍ଲୀ ରେଳଷ୍ଟେସନରେ ୨୬ରୁ ଅଧିକ ଟ୍ରେନ ଚଳାଚଳ ରଦ୍ଦ କରିବାକୁ ପଡିଛି। ଶୀତ ଲହରି ଭିତରେ କୁହୁଡି କାରଣରୁ ଜିରୋ ଭିଜିବିଲିଟି ଲାଗି ନୋଏଡା ଏବଂ ଗାଜିଆବାଦରେ ସ୍ଥିତି ସକାଳେ ସାଙ୍ଘାତିକ ରହିଥିଲା। ବୁଧବାର ସହରର ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ସେଲସିଅସ ଥିବା ବେଳେ ସର୍ବାଧିକ ତାପମାତ୍ରା ୧୯ ରେକର୍ଡ କରାଯାଇଥିଲା।