ଏଣିକି ମୃତଶରୀର ନେବା ପାଇଁ ମହାପ୍ରୟାଣ ନୁହେଁ, ଆସିବ ୧୦୯ ଗାଡ଼ି । ଏ ଦିଗରେ ରାଜ୍ୟ ସରକାର ଖୁବ ଶୀଘ୍ର ପଦକ୍ଷେପ ନେବେ । ଆଗାମୀ ଦୁଇ ମାସ ମଧ୍ୟରେ ଉପଲବ୍ଧ ହେବ ୧୦୯ ଗାଡ଼ି ସୁବିଧା । ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଂ ଗୁରୁବାର ଗଜପତି ଜିଲ୍ଲାରେ ଏହି ଘୋଷଣା କରିଛନ୍ତି । ଅନେକ ସମୟରେ ମହାପ୍ରୟାଣ ଗାଡ଼ି ପହଞ୍ଚି ପାରୁ ନ ଥିବାରୁ ମୃତଦେହକୁ ଅବ୍ୟବସ୍ଥା ଭିତରେ ଶ୍ମସାନ ପର୍ଯ୍ୟନ୍ତ ବୋହିବାକୁ ପଡ଼ୁଥିବାରୁ ବାରମ୍ବାର ଅଭିଯୋଗ ଆସୁଥିଲା । ଯାହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ୧୦୯ ଗାଡ଼ିର ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ହୋଇଛି ।