ସତ ହେଲା ନସ୍ତ୍ରଦମସଙ୍କ ଭବିଷ୍ୟବାଣୀ… ଜାପାନରେ ଘଟିଲା ମାଟିର ଛାତି ଚିରି ଦେବା ଭଳି ଭୂକମ୍ପ । ଆଗକୁ ଆହୁରି କନ୍ଦାଇବ ପ୍ରକୃତି । ଆସିବ ପ୍ରଳୟଙ୍କରୀ ବାତ୍ୟା ଓ ଭୀଷଣ ବନ୍ୟା । ଆଉ ଡରାଇବ ଭୂମି ଫାଟି ଆଁ କରିବା ଭଳି ଖରା ସାଙ୍ଗକୁ ସାଙ୍ଘାତିକ ମରୁଡି । ୨୦୨୪ରେ ପ୍ରକୃତି ଏଭଳି ତାଣ୍ଡବ ରଚିବ ବୋଲି ଆଜକୁ ୫୦୦ ବର୍ଷ ପୂର୍ବେ ଏମିତି ଭବିଷ୍ୟବାଣୀ କରିଯାଇଥିଲେ ଫ୍ରାନ୍ସର ବିଶ୍ବପ୍ରସିଦ୍ଧ ଭବିଷ୍ୟବକ୍ତା ନସ୍ତ୍ରଦମସ।
ନସ୍ତ୍ରଦମସଙ୍କ ଭବିଷ୍ୟବାଣୀ ଅନୁସାରେ ‘ଶୁଷ୍କ ଭୂମି ଆହୁରି ଶୁଷ୍କ ହୋଇଯିବ ଏବଂ ବଡ଼ ବନ୍ୟା ପରିସ୍ଥିତି ସୃଷ୍ଟି ହେବ।’
୨୦୨୩ରେ କନ୍ଦାଇଥିବା ଏକ୍ସଟ୍ରିମ ଓ୍ବେଦର କଣ୍ଡିସନ୍ ୨୦୨୪ରେ ମଧ୍ୟ ଜାରି ରହିବ । ବିଶ୍ବର ବିଭିନ୍ନ ପ୍ରାନ୍ତରେ ଆସିବ ପ୍ରଳୟଙ୍କରୀ ଝଡ଼ବାତ୍ୟା । ଖାଲି ଏତିକି ନୁହେଁ ସମୁଦ୍ରରେ କାନ୍ଦିବ ଚୀନ, ଆମେରିକାରେ ଘଟିବ ଗୃହଯୁଦ୍ଧ । ୨୦୨୪ରେ ଘଟିବ ସାଙ୍ଘାତିକ ଅଘଟଣ । ଏସବୁକୁ ନେଇ ଆଜକୁ ୫୦୦ ବର୍ଷ ପୂର୍ବେ ଭବିଷ୍ୟବାଣୀ କରିଯାଇଛନ୍ତି ଫ୍ରାନ୍ସର ପ୍ରମୁଖ ଭବିଷ୍ୟବକ୍ତା ନସ୍ତ୍ରଦମସ । ନସ୍ତ୍ରଦମସଙ୍କ ଏ ଭବିଷ୍ୟବାଣୀ ଉପରେ ଆମେ କାହିଁକି ବିଶ୍ବାସ କରିବା । ତାହାର ଉତ୍ତର ୨୦୨୩ରେ ଲୁଚି ରହିଛି । ୨୦୨୩ରେ କନ୍ଦାଇଛି ପ୍ରାକୃତିକ ବିପର୍ଯ୍ୟୟ । ବିଶ୍ବର ବିଭିନ୍ନ ପ୍ରାନ୍ତରେ ଝଡ଼ବାତ୍ୟା, ବନ୍ୟା, ବନାଗ୍ନି ଓ ରୌଦ୍ରତାପ ଚରମରେ ରହିଥିଲା । ଯଦି କେବଳ ଭାରତ କଥା କହିବା ତେବେ ୮୦%ରୁ ଅଧିକ ସ୍ଥାନ ପ୍ରାକୃତିକ ବିପର୍ଯ୍ୟୟ ଘେରରେ ରହିଥିଲା । ଦେବଭୂମି ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, କେରଳ । କେଉଁଠି ରୋଷ ଦେଖାଇ ନ ଥିଲା ପ୍ରକୃତି । ପାଣିପାଗର ଯେଉଁ ପ୍ରକ୍ରିୟା କାରଣରୁ ଏସବୁ ଘଟିଥିଲା ସେହି କାରଣରୁ ୨୦୨୪ରେ ମଧ୍ୟ ଏକ୍ସଟ୍ରିମ ଓ୍ବେଦର କଣ୍ଡିସନ ଜାରି ରହିବ ବୋଲି ଏକ ରିପୋର୍ଟ ପ୍ରକାଶ ପାଇଥିଲା । ଏହି ରିପୋର୍ଟ ହିଁ ପରୋକ୍ଷରେ ୨୦୨୪କୁ ନେଇ ନସ୍ତ୍ରଦମସଙ୍କ ଭବିଷ୍ୟବାଣୀ ଉପରେ ବିଶ୍ବାସ କରିବାକୁ ଆଧାର ଯୋଗାଉଛି ।

