ଭାରତୀୟ ସେନା, ନୌସେନା ଏବଂ ବାୟୁସେନାର ବୀର ନାରୀ ଏବଂ ବୀର ମାଆମାନଙ୍କ ଅସୀମ ସାହସ, ତ୍ୟାଗ ଓ ଅବଦାନ ପ୍ରତି ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଆର୍ମି ୱିମେନ୍ସ ୱେଲଫେୟାର୍ ଆସୋସିଏସନ୍ ଏକ ନିଆରା କାର୍ଯ୍ୟକ୍ରମ ଆୟୋଜିତ। ଏହି କାର୍ଯ୍ୟକ୍ରମରେ ଶ୍ରଦ୍ଧା ଓ କୃତଜ୍ଞତା ସ୍ୱରୂପ ସେମାନଙ୍କୁ ସମ୍ମାନ ଜଣାଇବା ସହ ସମ୍ମାନରାଶି ପ୍ରଦାନ କରାଯାଇଥିଲା । ସମସ୍ତ ସେନା ପରିବାରଙ୍କ କଲ୍ୟାଣ ପାଇଁ କାର୍ଯ୍ୟରତ ଏହି ସଂଗଠନର ପ୍ରୟାସ ।