ଅଧା ରହିଗଲା ଅଧୁରା କାହାଣୀ । ଭରା ଯୌବନରେ ସଙ୍ଗୀତ ଜୀବନକୁ କହିଲେ ଅଲବିଦା । କୋଟିକୋଟି ପ୍ରଶଂସକଙ୍କୁ ଧନ୍ୟବାଦ ଦେଇ ଇମୋସନାଲ ପୋଷ୍ଟରେ ନିଜର ଅବସର ଘୋଷଣା କରିଛନ୍ତି ଏଯୁଗର ସୁର ସମ୍ରାଟ ଅରିଜିତ ସିଂହ । କେହିକଣ ଏମିତି କରିପାରେ । ସଫଳତା ଓ ଐଶ୍ବର୍ଯ୍ୟର ଶୀର୍ଷରେ ପହଞ୍ଚିବା ପରେ ତାହାକୁ ଦିନଦିନ ଉପଭୋଗ ନ କରି କେହି କଣ ଏମିତି ଚୁପଚାପ୍ ସବୁ କିଛି ତ୍ୟାଗ କରିପାରେ । ବିଶ୍ବାସ ହେଉ ନ ଥିଲେ ଥରେ ସୋସିଆଲ ସାଇଟ ଇନଷ୍ଟାଗ୍ରାମ ଖୋଲନ୍ତୁ ଓ ସୁପ୍ରସିଦ୍ଧ ଗାୟକ ଅରିଜିତ ସିଂହଙ୍କ ପୋଷ୍ଟ ପଢନ୍ତୁ । ଅତି ଭାବପ୍ରବଣତା ପୂର୍ଣ୍ଣ ଏକ ପୋଷ୍ଟରେ ନିଜର ଅବସର ଘୋଷଣା କରିଛନ୍ତି ଦରଦୀ ସ୍ବର ଭରା ’ହମାରୀ ଅଧୁରୀ କାହାନୀ’ର କଣ୍ଠଶିଳ୍ପୀ ଅରିଜିତ ସିଂହ ।