ବିଜୁ ଜନତା ଦଳରୁ ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନକୁ ନେଇ ଦଳର ସଭାପତି ନବୀନ ପଟ୍ଟନାୟକ ମୁଁହ ଖୋଲିଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି କି ପାଟକୁରା ବାସୀଙ୍କ ସେବା କରିବାକୁ ସୁଯୋଗ ଦିଆଯାଇଥିଲା। କିନ୍ତୁ ଅବହେଳାରୁ ପାଟକୁରାବାସୀ ଅବହେଳାର ଶିକାର ହୋଇଥିଲେ । ଜଣଙ୍କୁ ବିଶ୍ୱାସ କରି ପାଟକୁରାବାସୀଙ୍କ ସେବା କରିବାକୁ ସୁଯୋଗ ଦିଆଯାଇଥିଲା। ପାଟକୁରାର ଉନ୍ନତି ପାଇଁ ସୁଯୋଗ ଦେଇଥିଲି। କିନ୍ତୁ ପରବର୍ତ୍ତି ସମୟରେ ଜାଣିବାକୁ ପାଇଲି ଯେ ପାଟକୁରାବାସୀ ଅବହେଳିତ ହେଉଛନ୍ତି। ଦଳରେ ରହି ଯିଏ ଆପଣଙ୍କମାନଙ୍କୁ ହଇରାଣ କରିବ ମୁଁ ତାକୁ ଦଳରୁ କାଢିଦିଏ ବୋଲି ନବୀନ କହିଥିଲେ।