ଭୁବନେଶ୍ୱର: ଆଗାମୀ ୨୭ରେ ମୁଖ୍ୟ ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ଆମେରିକା ପାଣିପାଗ ସୋସାଇଟି (ଏଏମଏସ) ଏସଟିଏସି ପକ୍ଷରୁ ଉଲ୍ଲେଖନୀୟ ସେବା ପୁରସ୍କାର-୨୦୨୫ରେ ପ୍ରଦାନ କରାଯାଇଛି। ଭାରତ ମହାସାଗରୀୟ ଅଞ୍ଚଳରେ ଟ୍ରପିକାଲ ବାତ୍ୟାର ପୂର୍ବାନୁମାନ ଏବଂ ସତର୍କ ସୂଚନା ପ୍ରଦାନ ବ୍ୟବସ୍ଥାର ବ୍ୟାପକ ଉନ୍ନୟନ ନିମନ୍ତେ ଶ୍ରୀ ମହାପାତ୍ରଙ୍କୁ ସମ୍ମାନୀତ କରାଯାଇଛି। ଆମେରିକାର ଓରଲିନ୍ସ ଠାରେ ଅନୁଷ୍ଠିତ ଏଏମଏସର ବାର୍ଷିକ ବୈଠକରେ ଶ୍ରୀ ମହାପାତ୍ରଙ୍କୁ ଏହି ପୁରସ୍କାର ପ୍ରଦାନ ନେଇ ଘୋଷଣା କରାଯାଇଥିଲା।