ଆସନ୍ତା କାଲିଠାରୁ ଆରମ୍ଭ ହେବ କଳିଙ୍ଗ ସୁପର କପ୍-୨୦୨୫ । ଏ ନେଇ ସୋସିଆଲ ପ୍ଲାଟଫର୍ମ ’ଏକ୍ସ’ରେ ପୋଷ୍ଟ କରିଛନ୍ତି ରାଜ୍ୟ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ସେ ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଶା କ୍ରୀଡ଼ା ସଂସ୍କୃତିକୁ ଯଥୋଚିତ ପ୍ରୋତ୍ସାହନ ସହିତ ଭାରତର କ୍ରୀଡ଼ା ଜଗତରେ ଓଡ଼ିଶା ଏକ ହବ୍ ଭାବେ ଉଭା ହେବା ଦିଗରେ ଅଗ୍ରସର ହେଉଛି । ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟକୁ ଉପଭୋଗ କରିବା ସହିତ ଖେଳାଳିମାନଙ୍କୁ ଉତ୍ସାହିତ କରିବାକୁ ସେ ଅନୁରୋଧ କରିଛନ୍ତି ।