୪୭୯୯ ଜଣ ପରୀକ୍ଷାର୍ଥୀ ଓଡ଼ିଶା ସିଭିଲ ସର୍ଭିସେସ(ଓସିଏସ)-୨୦୨୩ ମୁଖ୍ୟ (ମେନ୍) ପରୀକ୍ଷା ପାଇଁ କୃତକାର୍ଯ୍ୟ ହୋଇଛନ୍ତି । ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଦ୍ଵାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସେସ(ଓସିଏସ)-୨୦୨୩ ପ୍ରାରମ୍ଭିକ (ପ୍ରିଲିମ୍) ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ଏଥିରେ ୧୫୭୩ ଜଣ ମହିଳାଙ୍କ ସମେତ ମୋଟ ୪୭୯୯ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଆଗାମୀ ଦିନରେ ଏମାନେ ମୁଖ୍ୟ ପରୀକ୍ଷା ଦେବେ। ସେମାନଙ୍କ ମଧ୍ୟରେ ୧୫୭୩ ଜଣ ମହିଳା ରହିଛନ୍ତି। ପାରମ୍ଭିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀମାନଙ୍କ ରୋଲ୍ ନମ୍ବର ଓପିଏସସି ଓ୍ବେବସାଇଟ www.opsc.gov.inରେ ଉପଲବ୍ଧ ରହିଛି। ପରୀକ୍ଷାର୍ଥୀମାନେ ନିଜ ରୋଲ ନମ୍ବର ଓ୍ବେବସାଇଟରୁ ଜାଣିପାରିବେ। ସୂଚନାଯୋଗ୍ୟ, ଗତ ଡିସେମ୍ବର ୧୫ ତାରିଖରେ ଓସିଏସ ୨୦୨୩ ପ୍ରାରମ୍ଭିକ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।