କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ଓ ନାରାୟଣପାଟଣା ବ୍ଲକରେ ଶୁକ୍ରବାର ଅପରାହ୍ନରେ କାଳ ବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି।ପ୍ରବଳ ପବନ ସହ କୁଆ ପଥର ବୃଷ୍ଟି ଯୋଗୁଁ ଅନେକ କ୍ଷେୟକ୍ଷତି ଘଟିଛି।ଲକ୍ଷ୍ମୀପୁର ବ୍ଲକ ସଦର ଉପରେ ଏହାର ଯେତିକି ପ୍ରଭାବ ପଡିଛି ତାଠୁ ଅଧିକ ଓଡ଼ିଆପେଣ୍ଠ ପଞ୍ଚାୟତ ଉପରେ ପଡିଛି। ପଞ୍ଚାୟତ ର ରାଜନ ପଣସଗୁଡା ଗ୍ରାମାରେ ଅନେକ ଘରର ଛପର ଉଡିଯାଇଛି। ସେହି ପାରି ନାରାୟଣପାଟଣା ବ୍ଲକର ତେନ୍ତୁଳିପଦର ଓ ତଳଗୁମାଣ୍ଡି ପଞ୍ଚାୟତ ରେ ଅଧିକ କ୍ଷତି ହୋଇଥିବା ଜଣା ପଡ଼ିଥିବା ବେଳେ ଅନେକ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ ହୋଇଛି। ତେନ୍ତୁଳି ପଦର ପଞ୍ଚାୟତ ର କରଡ଼ା ପାଇ ରୁ ଟାଙ୍ଗିଣୀ ପଦର ରାସ୍ତାରେ ତିନୋଟି ଗଛ ପଡି ରାସ୍ତା ଅବରୋଧ ହୋଇଥିଲା। ଫଳରେ ଯାତାୟାତରେ ବାଧା ଉପୁଜିବା ଦେଖି ଆଜି ଅଗ୍ନିଶ୍ରମ କର୍ମଚାରୀ ଯାଇ ଦୁଇଟି ଗଛ କାଟିଥିଲେ ହେଲେ ସମୟ ଅଭାବରୁ ଗୋଟିଏ ଗଛ ସେମେତି ପଡିକି ରହିଛି ଆସନ୍ତା କାଲି ସକାଳେ କଟା ଜିବ ବୋଲି ସୂଚନା ମିଳିଛି। ବର୍ତମାନ ଉକ୍ତ ରାସ୍ତାରେ କୌଣସି ଗାଡ଼ି ଚଳା ଚଳ କରି ନପାରିଲେ ବି ଚାଲି ଚାଲି ଯିବାକୁ ପଡୁଛି।ତଳ ଗୁମାଣ୍ଡି ପଞ୍ଚାୟତ ର ଟାଙ୍ଗିଣୀପଦର ଗ୍ରାମରେ ଅନେକ ଘର କ୍ଷୟ କ୍ଷତି ହୋଇଥିବା ଜଣା ପଡ଼ିଛି।