ଗାଁଗାଁରେ ଚାଲିଛି ଖୁଡୁଖୁଡ଼ି ଖେଳ
ମାଲକାନଗିରି: ଜିଲ୍ଲାରେ ମକର ସଂକ୍ରାନ୍ତି ଠାରୁ ଗାଁ ଗହଳି ରେ ଚାଲିଛି କୁକୁଡ଼ା ଗାଲି ସହ ଖୁଡ଼ୁଖୁଡ଼ି ଖେଳ। ମନୋରଞ୍ଜନ ନାଁରେ ଗରିବ ଆଦିବାସୀ ମାନେ ଶୋଷଣର ଶିକାର ହେଉଥିବା ବେଳେ ଦଲାଲ୍ ମାନେ ମାଲାମାଲ ହେଉଛନ୍ତି। ବିଶେଷକରି ଏବେ ଚାଷବାସ ସରିବା ପରେ ଗ୍ରାମାଞ୍ଚଳ ଗୁଡ଼ିକ ରେ ବହୁ ନାନା ଜାନିଯାତ୍ରା ଚାଲୁଥିବା ବେଳେ ଏହାର ସୁଯୋଗର ରେ କୁକୁଡ଼ାଗାଲି, ବା ଲଢେଇ,ସହ ଖୁଡ଼ୁଖୁଡ଼ି ଖେଳ ଅତି ଯୋର୍ସର୍ ରେ ଚାଲିଥିବା ଦେଖିବାକୁ ମିଳୁଛି । ପୁଲିସ ଜାଣି ମଧ୍ଯ ଅଜଣା ହେଉଥିବା ସାଧାରଣରେ ଅଭିଯୋଗ ହୋଇଛି। ଜିଲ୍ଲାର କାଲିମେଳା ବ୍ଳକର ବେଜାଙ୍ଗୱାଡା, ମହାରାଜପାଲୀ ପଞ୍ଚାୟତ କାଇକୋଣ୍ଡା ଠାରେ ଗତ ରବିବାର ଠାରୁ ଆରମ୍ଭ ହୋଇଥିବା ମେଳାରେ ଏହି ଖେଳ ବ୍ୟାପକ ଭାବେ ଚାଲିଥିବା ଦେଖିବାକୁ ମିଳିଛି। ପ୍ରତିଦିନ କୁକୁଡ଼ା ଗାଲି ଓ ଖୁଡ଼ୁଖୁଡି ଖେଳରେ ଲୋକେ ବାଜି ଲଗାଇ ସର୍ବସ୍ୱାନ୍ତ ହୋଇ ଫେରୁଛନ୍ତି। କେବଳ ଏହି ଦୁଇଟି ସ୍ଥାନରେ ନୁହେଁ, କାଲିମେଳ, ପଡ଼ିଆ, ମାଲକାନଗିରି, ପୋଟେରୁ, ଏମଭି- ୭୯, ମୋଟୁ, ଏମଭି-୧୭, ଶିଖପାଲ୍ଲୀ, କୋରୁକୋଣ୍ଡା, କୁଡ଼ୁମୁଲୁଗୁମ୍ମା, ବାଲିମେଳା, ଚିତ୍ରକୋଣ୍ଡା, ଖଇରପୁଟ, ମୁଣ୍ଡିଗୁଡ଼ା, ଗୋବିନ୍ଦପାଲ୍ଲୀ, ଉଦୁଲିବେଡ଼ା, ପାଙ୍ଗାମ, ମାଥିଲି, କତାମେଟା, ପାଣ୍ଡିପାଣି, ପଦ୍ମଗିରି, ତଣ୍ଡିକି, ଚାଲାଣଗୁଡ଼ା, ବୁର୍ଦି ହାଟରେ ମଧ୍ୟ ଏଭଳି ଜୁଆଖେଳ ସାଙ୍ଗକୁ ସଲପ, ପେଣ୍ଡମ, ମହୁଲି, ଲନ୍ଦା, ବିକ୍ରି ହେଉଛି। ଅନ୍ୟପକ୍ଷେ ଗାଲି ସମୟରେ ଲଢେଇ କରୁଥିବା ଗଞ୍ଜାକୁ ମଦ ପିଆଇ ନିଶାସକ୍ତ କରିବା ସହ ସେମାନଙ୍କ ଗୋଡରେ ତୀକ୍ଷ୍ଣ କାତି ବନ୍ଧାଯାଇଥାଏ । ଏଥିରେ ପ୍ରତିପକ୍ଷ କୁକୁଡାର ମୃତ୍ୟୁ ମଧ୍ଯ ଘଟିଥାଏ। ମନୋରଞ୍ଜନ ନାଁରେ ଜୀବମାନଙ୍କୁ ନେଇ ଚାଲିଥିବା ଏଭଳି ବିଭତ୍ସ ଖେଳ ତୁରନ୍ତ ବନ୍ଦ ହେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ କହିଛନ୍ତି। ଜିଲ୍ଲା ପୁଲିସ ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟିଦେଇ ପଦକ୍ଷେପ ନେବାକୁ ଦାବି ହୋଇଛି।