“ବଜେଟ୍ ଅଧିବେଶନ Day 1ରୁ ତିକ୍ତତା 🔥 ନବୀନଙ୍କ ନେତୃତ୍ୱରେ ୱାକଆଉଟ୍… ସରକାରକୁ କଡା ଆକ୍ରମଣ! ଆପଣଙ୍କ ମତ କଣ? 👇”
ବରିଷ୍ଠ ନେତା ସଂଜୟ ଦାସବର୍ମାଙ୍କ ନିର୍ବାଚନ ମଣ୍ଡଳିରେ ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ । ବିଜେଡିରୁ ନିଲମ୍ବିତ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷା ସରୋଜିନୀ ତରାଇ । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ବିଜୁ ଜନତା ଦଳ । ସୁପ୍ରିମୋ ନବୀନ୍ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ନିଲମ୍ବନ ଆଦେଶ ଜାରି କରାଯାଇଛି । ଏକଦା ବିଜେଡିର ଗଡ ଥିବା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର କୃଷ୍ଣପ୍ରସାଦ ବ୍ଳକରେ ସର୍ବାଧିକ ସମର୍ଥନ ପାଇ ସେ ଅଧ୍ୟକ୍ଷା ଭାବରେ ମନୋନୀତ ହୋଇଥିଲେ ।
ପୂର୍ବରୁ କଂଗ୍ରେସରୁ ଆସି ବିଜେଡି ରେ ଲୋକପ୍ରିୟତା ବି ହାସଲ କରିଥିଲେ । କିନ୍ତୁ ଏବେ ଦଳର କୌଣସି ବି ନିର୍ଦ୍ଦେଶକୁ ନ ମାନିବା ଓ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ତାଙ୍କୁ ନିଲମ୍ବିତ କରିଛି ଦଳ । ବେଶ କିଛିଦିନ ହେବ ଦଳର ବିଭିନ୍ନ କାର୍ଯ୍ୟରୁ ନିଜକୁ ଦୂରେଇ ରଖୁଥିଲେ ସରୋଜିନୀ ।