ଜମ୍ବୁଦ୍ୱୀପ ମହୋତ୍ସବର ତୃତୀୟ ସନ୍ଧ୍ୟା
ଦାଦନ ଖଟିବାକୁ କେହି ଯିବେ ନାହିଁ: ମନ୍ତ୍ରୀ
ମହାକାଳପଡ଼ା : ଜିଲାରୁ କେହି ଦାଦାନ ଖଟିବାକୁ ରାଜ୍ୟ ବାହାରକୁ କିମ୍ବା ଦେଶ ବାହାରକୁ ଯିବେ ନାହିଁ । କାରଣ ଖୁବଶୀଘ୍ର ଜିଲାରେ ଏକ ସାଇନ୍ସ ପାର୍କ ପ୍ରତିଷ୍ଠା ହେବ । ଏଥିରେ ହଜାର ହଜାର ଯୁବକ ଯୁବତୀ ନିଯୁକ୍ତି ସୁଯୋଗ ପାଇବେ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମତବ୍ୟକ୍ତ କରିଛନ୍ତି । ମହାକାଳପଡ଼ା ଦରିଆ ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ଜମ୍ବୁଦ୍ୱୀପ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଆହୁରି ମଧ୍ୟ କହିଲେ କେନ୍ଦ୍ରାପଡ଼ା ଜିଲା ଧାନ, ପାନ ଓ ମୀନ ଚାଷର ଅଗଣୀ ଭୂମିକା ଗ୍ରହଣ କରିଛି । ଧାନ ରଖିବା ପାଇଁ ଏକ ବିରାଟ ଗୋଦାମ ଗୃହ ନିର୍ମାଣ କରାଯିବ ବୋଲି ମନ୍ତ୍ରୀ ଘୋଷଣା କରିଥିଲେ ।
ନଅଙ୍କ ଦୁର୍ବିକ୍ଷର ମୂକ ସାକ୍ଷୀ ଜମ୍ବୁ-ମାର୍ଶାଘାଇ କେନାଲର ପୁନରୁଦ୍ଧାର ଖୁବଶୀଘ୍ର ହେବ ବୋଲି ମନ୍ତ୍ରୀ କହିଥିଲେ । ଏହି ସନ୍ଧ୍ୟାରେ ଅତିଥି ପରିଚୟ ପ୍ରଦାନ କରିଥିଲେ ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର । ଅନ୍ୟମାନଙ୍କ ମଧ୍ୟରେ ମହାକାଳପଡ଼ା ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ, ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ, ଅତିରିକ୍ତ ଜିଲାପାଳ ରବୀନ୍ଦ୍ର କୁମାର ମଲ୍ଲିକ, ଉପଜିଲାପାଳ ଅରୁଣ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ମତ୍ସ୍ୟଚାଷୀ ବୈଜୟନ୍ତୀ କର, ଧାନ ଚାଷୀ କା ିର୍କ ଚନ୍ଦ୍ର ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସନ୍ଧ୍ୟାରେ କଳାହାଣ୍ଡିର ଘୁମୁରା ନୃତ୍ୟ ଶିଳ୍ପୀ ଜିତେନ୍ଦ୍ର କୁମାର ଭୋଇ ଏବଂ ସାଥୀଙ୍କ ଦ୍ୱାରା ସୁନ୍ଦର ଘୁମୁରା ନୃତ୍ୟ ପରିବେଷଣ କରିଥିଲେ । ସେହିପରି ଏହି ସନ୍ଧ୍ୟାରେ ସମ୍ବଲପୁରୀ କଣ୍ଠଶିଳ୍ପୀ ମ ୁ ଛୁରିଆଙ୍କ କଣ୍ଠର ଯାଦୁରେ ଦର୍ଶକ ବିମୋହିତ ହୋଇଥିଲେ ।