ଜଣେ ଯୌନ ଅପରାଧୀର ବନ୍ଧୁ ଟ୍ରମ୍ପ ! ବନ୍ଧୁର ଅପରାଧରେ ଟ୍ରମ୍ପ କେତେ ସମଭାଗୀ? ଖୋଲିବ ବନ୍ଧୁତ୍ବର ଅସଲ ରହସ୍ୟ ।
ଆମେରିକା ନ୍ୟାସନାଲ ମଲ ବାହାରେ ଥିବା ଏହି ମୂର୍ତ୍ତି ହେଉଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଦିବଂଗତ ଯୌନ ଅପରାଧୀ ଜେଫ୍ରି ଏପଷ୍ଟାଇନଙ୍କର । ପରସ୍ପରର ହାତ ଧରି ଛିଡା ହୋଇଥିବା ଏହି ଯୁଗଳ ମୂର୍ତ୍ତି ଏବେ ବେଶ ଚର୍ଚ୍ଚାରେ । ଏକ ରିପୋର୍ଟ ଅନୁସାରେ, ଏପଷ୍ଟାଇନଙ୍କ ବିରୋଧରେ ରହିଥିବା ମାମଲାର ତଦନ୍ତ ସହିତ ଜଡିତ ଫାଇଲରେ କାଳେ ଟ୍ରମ୍ପଙ୍କ ନାମ ଅନ୍ତର୍ଭୁକ୍ତ। ଏ ସମ୍ବନ୍ଧରେ ଟ୍ରମ୍ପଙ୍କୁ ଖୋଦ ତାଙ୍କ ଆଟର୍ଣ୍ଣି ଜେନେରାଲ ମେ ମାସରେ ଜଣାଇଥିଲେ । ତେବେ ଏହି ତଦନ୍ତ ରିପୋର୍ଟରୁ ଯାହା କିଛି ଜଣାପଡିଛି ତାହା ପ୍ରକାଶ କରିବାରେ ସ୍ବଚ୍ଛତା ରଖାଯାଉ ବୋଲି ଟ୍ରମ୍ପଙ୍କ ସମର୍ଥକ ଏବଂ ତାଙ୍କ ନିଜ ରିପବ୍ଲିକାନ୍ ଦଳ ମଧ୍ୟରେ ଚାପ ବଢ଼ୁଛି। ଶୁକ୍ରବାର ଦିନ ପ୍ୟାନେଲ୍ ଏ ସମ୍ବନ୍ଧୀୟ ଦସ୍ତାବେଜ ଗ୍ରହଣ କରିବା ଆରମ୍ଭ କରିବ ବୋଲି ଆଶା କରାଯାଉଛି। ଏହାର ତଦନ୍ତର ଅଂଶ ସ୍ୱରୂପ, କମିଟି ପୂର୍ବତନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ୍ ଏବଂ ପୂର୍ବତନ ବୈଦେଶିକ ସଚିବ ହିଲାରୀ କ୍ଲିଣ୍ଟନଙ୍କ ସମେତ ଆଠ ଜଣ ପୂର୍ବତନ ଆଇନ ପ୍ରବର୍ତ୍ତନ ଅଧିକାରୀଙ୍କୁ ସମନ ଜାରି କରିଛି।
ତଥ୍ୟ ଅନୁସାରେ ଟ୍ରମ୍ପ 1990 ଏବଂ 2000 ଦଶକର ପ୍ରାରମ୍ଭରେ ଏପଷ୍ଟାଇନଙ୍କ ବନ୍ଧୁ ଥିଲେ । କିନ୍ତୁ ଏପଷ୍ଟାଇନ ମାମଲା ସହିତ ଜଡିତ କୌଣସି ଅଭିଯୋଗ କେବେ ଟ୍ରମ୍ପଙ୍କ ବିରୁଦ୍ଧରେ ଆସିନାହିଁ। ତଥାପି ଯେତେବେଳେ ପ୍ରଶ୍ନ ଉଠିଲା 2024 ନିର୍ବାଚନ ପାଇଁ ପ୍ରଚାର କରିବା ସମୟରେ, ଟ୍ରମ୍ପ କହିଥିଲେ ଯେ ସେ ଅଧିକ ସୂଚନା ପ୍ରକାଶ କରିବାକୁ ଇଚ୍ଛୁକ।
ମାତ୍ର ଏହି ମାସର ଆରମ୍ଭରେ, ସେ ତାଙ୍କର ମତ ପରିବର୍ତ୍ତନ କରି କହିଥିଲେ ଯେ ମାମଲା ବନ୍ଦ ହୋଇଯାଇଛି । ଯାହାପରେ ତଦନ୍ତ ରିପୋର୍ଟରେ ସ୍ବଚ୍ଛତା ରକ୍ଷା କରିବାକୁ ଦାବି ବଢିଛି ।