ମୈଁ ଲୈଲା ଲୈଲା ଚିଲ୍ଲାଉଙ୍ଗା କୁର୍ତା ଫାଡ କେ… ଏ ଗୀତଟିତ ଆପାଣମାନେ ଶୁଣିଥିବେ । ମାତ୍ର ଏଠାରେ ଯେଉଁ ବ୍ୟକ୍ତି କୁର୍ତ୍ତାଫାଡୁଛନ୍ତି ସେ ନିଜ ଲୈଲା ଲୈଲା କହି ନୁହେଁ ବରଂ ଟିକେଟ ଟିକେଟ କହି ନିଜ କୁର୍ତ୍ତା ଚିରିଲେ, ରାସ୍ତାରେ ଗଡିଗଲେ, କାନ୍ଦିକାନ୍ଦି ବେହାଲ ହୋଇ ଖୋଲିଲେ ନେତାଙ୍କ ଗୁମର । ପଦାକୁ ଆଣିଲେ ଟିକେଟ ବିକ୍ରିର ସାଙ୍ଘାତିକ ସତ । ବିହାର ବିଧାନସଭା ନିର୍ବାଚନକୁ ନେଇ ସରଗରମ ରାଜନୀତି ଭିତରେ ଏହା ହେଉଛି ଆରଜେଡି ନେତ୍ରୀ ରାବ୍ରୀ ଦେବୀଙ୍କ ବାସଭବନ ସମ୍ମୁଖର ଦୃଶ୍ୟ । କାନ୍ଦି କାନ୍ଦି ରାବ୍ରୀ ଦେବୀଙ୍କ ବାସଭବନ ବାହାରକୁ ଆସୁଥିବା ଏ ବ୍ୟକ୍ତି ହେଉଛନ୍ତି ଆରଜେଡି ନେତା ମଦନ ଶାହ, ଯିଏକି ରାଜ୍ୟସଭା ସାଂସଦ ସଞ୍ଜୟ ଯାଦବଙ୍କ ବିରୋଧରେ ଟିକେଟ ବିକ୍ରିର ସାଙ୍ଘାତିକ ଅଭିଯୋଗ । ଅଭିଯୋଗଟି ହେଲା, ୨୭ ନିୟୁତ ଟଙ୍କାରେ ସଞ୍ଜୟ ଯାଦବ ତାଙ୍କ ଟିକେଟ ଅନ୍ୟ କାହାରିକୁ ବିକ୍ରି କରିଦେଇଛନ୍ତି । ମଦନ ଶାହ ଦାବି କରିଛନ୍ତି ଯେ 1990 ମସିହାରୁ ସେ ଦଳ ସହିତ ଜଡିତ, ଅଥଚ ତାଙ୍କୁ ଅଣଦେଖା କରି ଜଣେ ବାହାର ବ୍ୟକ୍ତିଙ୍କୁ ଟିକେଟ୍ ଦିଆଯାଇଛି । ଏକଥା ଜଣାପଡିବା ପରେ ଏକଦମ ଧୈର୍ଯ୍ୟହରା ହୋଇପଡ଼ିଥିଲେ ମଦନ ଶାହ । ମଦନ ଶାହ ମୁହଁରୁ ଶୁଣନ୍ତୁ ଟିକେଟ ବିକ୍ରିର ସାଙ୍ଘାତିକ ସତ …
ମଦନ ଶାହ ପୂର୍ବ ଚମ୍ପାରଣର ମଧୁବନ ବିଧାନସଭା ନିର୍ବାଚନମଣ୍ଡଳୀର ପୂର୍ବତନ ପ୍ରାର୍ଥୀ । ଏଥର ନିର୍ବାଚନ ଲଢିବାକୁ ସେ ଟିକେଟ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବରୀ ଦେବୀଙ୍କ ୧୦ ସର୍କୁଲାର ରୋଡସ୍ଥିତ ବାସଭବନରେ ପହଞ୍ଚିଥିଲେ। ମାତ୍ର ଟିକେଟ୍ ନ ପାଇବାରୁ ବିରକ୍ତ ହୋଇ ସେ ତାହାର ପ୍ରତିବାଦ ଜଣାଇବା ପାଇଁ ନିଜ କୁର୍ତ୍ତା ଚିରି ରାସ୍ତାରେ ଗଡିଯାଇଥିଲେ।