ଟିସିଏସ କର୍ମଚାରୀଙ୍କୁ AI ଚଡ଼କ! AI ଖାଇଗଲା ହଜାର ହଜାର ଚାକିରି । ଆଗକୁ ଆହୁରି ସାଙ୍ଘାତିକ ହେବ ସ୍ଥିତି । ଜବ୍ ହରାଇବେ ହଜାରହଜାର କର୍ମଚାରୀ । ବିଦେଶକୁ ଚାଲିଯିବ ନିଯୁକ୍ତି ସୁଯୋଗ! ଟିସିଏସ ଆପଣାଇଛି ଭାରତରେ ବର୍ଖାସ୍ତି ଓ ବିଦେଶରେ ନିଯୁକ୍ତି ନୀତି ।
ଯାହା ଆଶଙ୍କା କରାଯାଉଥିଲା, ତାହା ଘଟିବା ଆରମ୍ଭ ହୋଇଯାଇଛି । ମନବସମ୍ବଳ ଉପରେ ଭାରି ପଡୁଛି ଏଆଇ ବା କୃତ୍ରିମ ବୁଦ୍ଧିମତା । ହଁ ଆଜ୍ଞା, ହଜାର ହଜାର ଭାରତୀୟଙ୍କ ଚାକିରି ଖାଇଗଲାଣି ଏଆଇ । ସେପଟେ ଦେଶର ଟେକ୍ନୋଲୋଜି ଶିଳ୍ପକୁ ଦୋହଲାଇ ଦେଇଛି ଟ୍ରମ୍ପଙ୍କ ଟାରିଫ ବୋମା ମାଡ଼ର କମ୍ପନ । ଯାହାର ପ୍ରଭାବରେ ଚାକିରି ହରାଇଲେଣି ଟାଟା କନସଲଟେନ୍ସି ସର୍ଭିସେସ୍ ବା ଟିସିଏସର ପ୍ରାୟ ୨୦ ହଜାର କର୍ମଚାରୀ । ଏହାରି ଭିତରେ କମ୍ପାନୀ ଯେଉଁ ଘୋଷଣା କରିଛି ତାହା ସାଙ୍ଘାତିକ ସଂଶୟ ସୃଷ୍ଟି କରିଛି । କାରଣ କମ୍ପାନୀ ଗୋଟିଏ ପଟେ ଭାରତରେ ହଜାର ହଜାର କର୍ମଚାରୀଙ୍କୁ ବରଖାସ୍ତ କରୁଛି, ଅନ୍ୟ ପଟେ ବିଦେଶରେ ନୂତନ ନିଯୁକ୍ତି ଦେବାର ଯୋଜନା କରୁଥିବା ଖବର ଆସୁଛି । ହେଲେ କାହିଁକି ଏଭଳି କରୁଛି ଏହି କମ୍ପାନୀ? ଟିସିଏସର ଏହି ନିଷ୍ପତ୍ତି କିଭଳି ପ୍ରଭାବ ପକାଇବ? ଆପଣଙ୍କ ପାଇଁ ଏହାର ଅର୍ଥ କଣ? — ସବୁ କିଛି ଏହି ରିପୋର୍ଟରେ ଆମେ ଆପଣଙ୍କୁ ଜଣାଇବୁ ।
ଟିସିଏସ ହେଉଛି ଭାରତର ଏକ ପ୍ରମୁଖ IT ରପ୍ତାନିକାରୀ ଏବଂ ଘରୋଇ କ୍ଷେତ୍ରର ନିଯୁକ୍ତିଦାତା କମ୍ପାନୀ, ଯେଉଁଠାରେ 6 ଲକ୍ଷରୁ ଅଧିକ ଲୋକ କାମ କରୁଛନ୍ତି । ଦୁଇ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ କମ୍ପାନୀର କର୍ମଚାରୀ ସଂଖ୍ୟା ୬ ଲକ୍ଷ ତଳକୁ ଖସିଯାଇଛି, ଯାହା ଭାରତର ଆଉଟସୋର୍ସିଂ ପାୱାରହାଉସ୍ ପାଇଁ ଏକ ପରିବର୍ତ୍ତନର ସଙ୍କେତ ଦେଇଛି। ସେପ୍ଟେମ୍ବର 30 ରେ ଶେଷ ହୋଇଥିବା ତ୍ରୈମାସିକରେ, TCSର କର୍ମଚାରୀ ସଂଖ୍ୟାରେ 19 ହଜାର 755 ହ୍ରାସ ଘଟିଛି । ଏମାନଙ୍କ ମଧ୍ୟରୁ କିଛି କର୍ମଚାରୀଙ୍କୁ ଛଟେଇ କରାଯାଇଥିବା ବେଳେ କେତେକ ସ୍ବେଚ୍ଛାକୃତ ଅବସର ନେଇଛନ୍ତି । ଖାଲି ଏତିକି ନୁହେଁ । 2026 ମାର୍ଚ୍ଚ ସୁଦ୍ଧା TCS ଏହାର ବିଶ୍ୱସ୍ତରୀୟ କର୍ମଚାରୀଙ୍କ ସଂଖ୍ୟା 2 ପ୍ରତିଶତ ହ୍ରାସ କକରିବାକୁ ଯୋଜନା ରଖିଛି, ଯାହାକି ଅଧା ରାସ୍ତା ଅତିକ୍ରମ କରିସାରିଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଏଭଳି ହେଲେ ଆହୁରି ପ୍ରାୟ 12,000 ରୁ ଅଧିକ କର୍ମଚାରୀଙ୍କୁ ଚାକିରି ହାରାଇବାକୁ ପଡ଼ିପାରେ । ଅର୍ଥାତ ଅଧିକାଂଶ ମଧ୍ୟ ସ୍ତରୀୟ ଏବଂ ବରିଷ୍ଠ ସ୍ତରୀୟ କର୍ମଚାରୀ ଚାକିରି ହରାଇବାକୁ ଯାଉଛନ୍ତି । କମର୍ଚାରୀଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରି ବିଦା କରିବା ଲାଗି କମ୍ପାନୀ ପ୍ରାୟ 11.35 ବିଲିୟନ ଟଙ୍କାର ଏକ ବଜେଟ ସ୍ଥିର କରିଛି ।
କୁହାଯାଉଛି ଯେ, ଏଆଇ ବା କୃତ୍ରିମ ବୁଦ୍ଧିମତ୍ତା ଏବଂ ଆମେରିକା-ଭାରତ ବାଣିଜ୍ୟ ସମ୍ପର୍କରେ ତିକ୍ତତା, ଏହି ଛଟେଇ ପଛର ଦୁଇଟି ବଡ଼ କାରଣ, ଯାହାକି ଦେଶର $280 ବିଲିୟନ ଡଲାରର ଟେକ୍ନୋଲୋଜି ଶିଳ୍ପକୁ ଦୋହଲାଇ ଦେଇଛି । ଏହାରି ଭିତରେ ମୁଖ୍ୟ ମାନବ ସମ୍ବଳ ଅଧିକାରୀ ସୁଦୀପ କୁନ୍ନୁମଲ୍ ଙ୍କ ପ୍ରତିକ୍ରିୟା ସମ୍ମୁଖକୁ ଆସିଛି । ଆଇର ଉପଲବ୍ଧତା,ଅଟୋମେସନ, ଓ ନୂଆ ସ୍କିଲ୍ସର ଆବଶ୍ୟକତା କୁ ସେ କର୍ମଚାରୀ ଛଟେଇ ପଛର ମୂଳ କାରଣ ଦର୍ଶାଇଛନ୍ତି । ସେ ଆହୁରି କହିଛନ୍ତି ଯେ, ଯେତେବେଳେ ଅନେକ କାମ ଏବେ ଅଟୋମେସନ ଦ୍ୱାରା ହୋଇପାରୁଛି, ସେତେବେଳେ କମ୍ପାନୀ ଭବିଷ୍ୟତକୁ ଦୃଷ୍ଟିରେ ରଖି ନୂଆ ପ୍ରକାରର କର୍ମଚାରୀ ଆବଶ୍ୟକ କରୁଛି — ଯିଏକି Cloud, Data, Generative AI ଇତ୍ୟାଦି ରେ ଦକ୍ଷ ହୋଇଥିବେ ।
ଆହୁରି ଖବର ଆସୁଛି ଯେ TCS ବିଦେଶୀ ବଜାରରେ, ବିଶେଷ କରି ୟୁରୋପ ଓ ଆମେରିକା ରେ ,ପ୍ରାୟ 5000 ନୂଆ କର୍ମଚାରୀ ନିଯୁକ୍ତି ଦେବାକୁ ଯୋଜନା କରୁଛି । ଏହି ନିଯୁକ୍ତି ହେବ ସେଇସବୁ ସ୍ଥାନରେ, ଯେଉଁଠାରେ କ୍ଲାୟେଣ୍ଟମାନେ ଅନସାଇଟ ପ୍ରେଜେନ୍ସ ଚାହୁଁଛନ୍ତି । ଅର୍ଥାତ୍ — ଗୋଟେ ପଟେ ଭାରତରେ ଚାକିରି କମିଯାଉଛି, ଅନ୍ୟପଟେ ବିଦେଶରେ TCS ତାର ଉପସ୍ଥିତି ବଢ଼ାଇବାକୁ ଚେଷ୍ଟା କରୁଛି ।”
ତେବେ ଏହି ପରିବର୍ତ୍ତନ କେବଳ TCS ପାଇଁ ନୁହେଁ, ସମଗ୍ର IT କ୍ଷେତ୍ର ପାଇଁ ଏକ ସଂକେତ ।
👉 ଭବିଷ୍ୟତରେ low-skill job ଗୁଡିକ କମିପାରେ ।
👉 Cloud, AI, Data Science ଭଳି ନୂଆ ସ୍କିଲ୍ସ ରେ ଦକ୍ଷ ଲୋକଙ୍କୁ ଅଧିକ demand ରହିବ ।
👉 ବିଦେଶରେ କାମ କରିବାକୁ ଯୋଗ୍ୟ ଓ ଭାଷା ଦକ୍ଷତା ଥିବା ଲୋକଙ୍କୁ ଅଧିକ ସୁଯୋଗ ମିଳିପାରେ ।”
📝 📌 Segment 5: ଆପଣଙ୍କ ପାଇଁ ପରାମର୍ଶ (4:01 – 4:45)
“ଯଦି ଆପଣ IT ଖେତ୍ରରେ କାମ କରୁଛନ୍ତି, ତେବେ ଏହା ଏକ warning bell ।
✅ ନୂଆ ସ୍କିଲ୍ସ ଶିଖନ୍ତୁ
✅ Certification ନିଅନ୍ତୁ
✅ AI, Cloud, Automation ରେ update ରୁହନ୍ତୁ
✅ Job security ପାଇଁ ନିଜକୁ relevant ରଖନ୍ତୁ ।