ଭବାନୀପାଟଣା: ତେଜିଲା କଳାହାଣ୍ଡି ଅନ୍ତର୍ଗତ ସିଜି ମାଳୀ ଖଣି ଖନନ ଦାବି । ଏ ନେଇ ସିଜିମାଳି ପ୍ରଭାବିତ ଥୁଆମୂଳ ରାମପୁର ବ୍ଲକର ୨୪ ଟି ପଞ୍ଚାୟତର ୩୦୦ରୁ ଅଧିକ ଗ୍ରାମର ଲୋକେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଏହି ଗାଁଗୁଡିକର ପ୍ରାୟ ୧୫,୦୦୦ ହଜାରରୁ ଉର୍ଦ୍ଧ୍ବ ଅଞ୍ଚଳ ବାସୀ ବିଶାଳ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ନିଜ ଦସ୍ତଖତ ସମ୍ବଳିତ ଏହି ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଖଣି ଖନନ ହେଲେ ଅଞ୍ଚଳର ସମନ୍ବିତ ଉନ୍ନତି ହେବା ସହିତ ଏଠାକାର ବେକାରି ସମସ୍ୟା ଦୂର ହବ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି ।