ଗ୍ରାମୀଣ କ୍ରୀଡ଼ା ଭିତ୍ତିଭୂମିରେ ଗୁରୁତ୍ଵପୂର୍ଣ୍ଣ ଆନ୍ତର୍ଜାତିକ ମାନର କ୍ରୀଡ଼ାବିତ୍ ସୃଷ୍ଟି ଲକ୍ଷ୍ର ନେଇ ରାଜ୍ୟ ସରକାର ବ୍ଲକସ୍ତରୀୟ ଷ୍ଟାଡ଼ିୟମ୍ ନିର୍ମାଣ ପାଇଁ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ସମସ୍ତ ୩୧୪ଟି ବ୍ଲକରେ ଏହି ବ୍ଲକସ୍ତରୀୟ ଷ୍ଟାଡ଼ିୟମ୍ ନିର୍ମାଣ ପାଇଁ ଏକ ନୂତନ ଯୋଜନାକୁ କ୍ୟାବିନେଟ ଅନୁମୋଦନ ମିଳିଛି । ଏହି ନିଷ୍ପତ୍ତି ଅନୁଯାୟୀ ପ୍ରତ୍ୟେକ ବ୍ଲକସ୍ତରୀୟ ଷ୍ଟାଡ଼ିୟମ୍ ୮ ରୁ ୧୦ ଏକର ଜମିରେ ନିର୍ମାଣ ହେବ ଏବଂ ଏଥିରେ ଫୁଟବଲ୍ କିମ୍ୱା କ୍ରିକେଟ ପଡ଼ିଆ, ଥ୍ରୋ ଓ ଜମ୍ପ ଫିଲ୍ଡ ସହିତ ଆଥଲେଟିକ୍ ଟ୍ରାକ୍, ଭଲିବଲ୍, ଖୋ ଖୋ, କବାଡ଼ି କୋର୍ଟ, ବ୍ୟାଡମିଣ୍ଟନ୍, ଟେବୁଲ ଟେନିସ୍ ଇତ୍ୟାଦି ଖେଳର ସୁବିଧା ସହିତ ଇଣ୍ଡୋର ହଲ୍ ନିର୍ମାଣ କରାଯିବ । ଏଥିନିମନ୍ତେ କ୍ୟାବିନେଟ ପର୍ଯ୍ୟାୟ କ୍ରମେ ୫ ବର୍ଷ ପାଇଁ ୪,୧୨୪ କୋଟି ଟଙ୍କା ବ୍ୟୟ ମଞ୍ଜୁର କରିଛନ୍ତି ।