ଚୀନ ସୋସିଆଲ ମିଡିଆରେ ଚାଞ୍ଚଲ୍ୟକର ତଥ୍ୟ
ନେପାଳରେ କିଏ ଜାଳିଲା ନିଆଁ? କାହିଁକି ମାତିଲେ ଦେଶର ଜେନ ଜି? ଜେନ ଜିର କ୍ରାନ୍ତି ପଛରେ କିଏ? କେଉଁଠୁ ମିଳୁଛି ଏହି ଜେନ ଜିକୁ ସମର୍ଥନ? ଚୀନ ସୋସିଆଲ ମିଡିଆରେ ଚାଞ୍ଚଲ୍ୟକର ତଥ୍ୟ । ନେପାଳରେ ବିକ୍ଷୋଭର ନିଆଁ ପଛରେ ବିଦେଶୀ ଶକ୍ତିର ଆଶଙ୍କା । ଆମେରିକା ଓ ଭାରତକୁ ଦାୟୀ କରିଛନ୍ତି ଚୀନୀ ୟୁଜର୍ସ ।
ଚୀନ୍ ମାଇକ୍ରୋବ୍ଲଗିଂ ସାଇଟ୍ ୱେଇବୋରେ ଆସିଛି ନେପାଳ ହ୍ୟାସଟ୍ୟାଗର ସୁନାମୀ । ନେପାଳରେ ହିଂସାତ୍ମକ ପ୍ରତିବାଦ, ପ୍ରଧାନମନ୍ତ୍ରୀ କେପି ଓଲିଙ୍କ ଇସ୍ତଫା ଏବଂ ପରିବର୍ତ୍ତିତ ପରିସ୍ଥିତି ଉପରେ ନିରନ୍ତର ସେମାନଙ୍କର ମତାମତ ସେୟାର କରୁଛନ୍ତି ଚୀନ୍ ୟୁଜର୍ସ । ଚୀନ୍ ସୋସିଆଲ ମିଡିଆରେ ବିଦେଶୀ ହସ୍ତକ୍ଷେପର ସନ୍ଦେହ କୁ ନେଇ ଆଲୋଚନା ଯୋର ଧରିଥିବା ବେଳେ ଏଥିପାଇଁ ଭାରତ ଏବଂ ଆମେରିକାକୁ ଦାୟୀ କରୁଛନ୍ତି ଚୀନ୍ ୟୁଜର୍ସ । କାଠମାଣ୍ଡୁରେ ଆମେରିକାର ଚାଲ୍ ସଫଳ ହୋଇଥିବା ଜଣେ ୟୁଜର ଲେଖିଥିବା ବେଳେ ଆଉ ଜଣେ ଲେଖିଛନ୍ତି ଯେ କାଠମାଣ୍ଡୁରେ ଅଶାନ୍ତିର ନିଆଁ ଜାଳିବାରେ ଭାରତ ବି ପଛରେ ନାହିଁ ।
ଭୂମିକମ୍ପ ଜୋନ୍ରେ ଆସିଛି ରାଜନୈତିକ ଭୂକମ୍ପ ! ଏ ଭୂକମ୍ପର ଏପିସେଣ୍ଟର ଦେଶର ଜେନ ଜି ! ପ୍ରଭାବରେ ଓଲି ସରକାର ଛାରଖାର ! ପ୍ରକୋପରୁ ବର୍ତ୍ତିବାକୁ ଓଲିଙ୍କ ଆତ୍ମଗୋପନ! ନେପାଳର ରାଜନୖତିକ ଚିତ୍ରପଟକୁ ଓଲଟପାଲଟ କରିଦେଇଛି ଜେନ ଜିଙ୍କ କ୍ରାନ୍ତି । ପଲିଟିକ୍ସ ଉପରେ କିଭଳି ଭାରିପଡିପାରେ ଯୁବଶକ୍ତିର ସ୍ବର ତାହା ପୁଣିଥରେ ଲାଇଭ ଦେଖୁଛି ପୂରା ବିଶ୍ବ । ତେବେ ବାସ୍ତବରେ କ’ଣ ନେପାଳରେ ଅଶାନ୍ତିର ନିଆଁ ଲଗାଇଛି ଆମେରିକା ? ସତରେ କଣ ଭାରତ ଦେଉଛି ନେପାଳ ଜେନ ଜିଙ୍କ ବିକ୍ଷୋଭକୁ ହାଓ୍ବା? ଏହା ପଛର ସତ ଜାଣିବା, ତା ପୂର୍ବରୁ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିବାକୁ ଭୁଲନ୍ତୁ ନାହିଁ । ଏବେ ଆସନ୍ତୁ ଦେଖିବା କଣ କହୁଛନ୍ତି ଏ ପୂରା ଆନ୍ଦୋଳନର ନେତା ତଥା ଜେନ ଜି ଲିଡର ଅନୀଲ ବନିୟା ।
ଅନୀଲ ବନିୟାଙ୍କ କହିବା ଅନୁସାରେ, ଆଜି ଯାହା ଘଟୁଛି ତାହା ଏହି ବୃଦ୍ଧ ନେତାମାନଙ୍କ ପାଇଁ । ଜେନ୍ ଜି ଭିତରେ ବିଭାଜନ ସୃଷ୍ଟି କରିବାକୁ ଚାହିଁଥିଲା ସରକାର । ତାଙ୍କର ଏ ଲଢେଇ ଦୁର୍ନୀତି ବିରୋଧରେ । ସେମାନେ କେବଳ ଦୁର୍ନୀତିଖୋର ନେତାଙ୍କୁ କ୍ଷମତାରୁ ହଟାଇବା ପାଇଁ ପାର୍ଲାମେଣ୍ଟ ଭାଙ୍ଗିବାକୁ ଚାହୁଁଥିଲେ । ମାତ୍ର ସମ୍ବିଧାନ ଉଚ୍ଛେଦ କରିବାକୁ ଚାହୁଁ ନ ଥିଲେ । ତେବେ ଦେଶବାସୀଙ୍କ ସ୍ବାର୍ଥ ରକ୍ଷା ପାଇଁ ସମ୍ବିଧାନରେ କିଛି ପରିବର୍ତ୍ତନ ଚାହୁଁଛୁ ବୋଲି କହିଛନ୍ତି ଅନୀଲ ବନିୟା । ଖାଲି ଏତିକି ନୁହେଁ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ସୁଶୀଲା କାର୍କୀଙ୍କୁ ସେ ଅନ୍ତରୀଣ ସରକାରର ମୁଖ୍ୟ ଭାବେ ଉପସ୍ଥାପନ କରିଛନ୍ତି ।
ଏ ପୂରା ବୟାନ ଭିତରେ କେଉଁଠାରେ ମଧ୍ୟ ଆମେରିକା କିମ୍ବା ଭାରତର ସମ୍ପୃକ୍ତିର ଗନ୍ଧ ନାହିଁ । କାରଣ ଜେନ ଜି ନେତା ସ୍ପଷ୍ଟ କରିଦେଇଛନ୍ତି ଯେ କ୍ଷମତା ତାଙ୍କର ଉଦ୍ଦେଶ୍ୟ ନୁହେଁ, ବରଂ ନୀତିରେ ପରିବର୍ତ୍ତନ ତାଙ୍କର ଲକ୍ଷ୍ୟ ।
ନେପାଳରେ ଅସ୍ଥିରତା ଭିତରେ, ପୂର୍ବତନ ମୁଖ୍ୟ ବିଚାରପତି ସୁଶୀଳା କାର୍କି ଗୁରୁବାର ଦିନ କାଠମାଣ୍ଡୁସ୍ଥିତ ସେନା ମୁଖ୍ୟାଳୟରେ ନେପାଳ ସେନା ମୁଖ୍ୟ ଜେନେରାଲ ଅଶୋକ ରାଜ ସିଗଡେଲଙ୍କୁ ଭେଟିଥିଲେ। ଛାତ୍ର, ବାର ଆସୋସିଏସନ ଏବଂ କାଠମାଣ୍ଡୁର ମେୟରଙ୍କ ସମର୍ଥନରେ, ସେ ମଧ୍ୟବର୍ତ୍ତୀକାଳୀନ ସରକାରର ନେତୃତ୍ୱ ନେବା ପାଇଁ ପ୍ରମୁଖ ପ୍ରାର୍ଥୀ ଭାବରେ ସମ୍ମୁଖକୁ ଆସିଛନ୍ତି।