ପାର୍ଲାମେଣ୍ଟକୁ କୁକୁର ଆଣି ହଟହଟ୍ଟା । ଲାଗିଲା ପ୍ରୋଟୋକଲ ଭାଙ୍ଗିବାର ଅଭିଯୋଗ । ସମାଲୋଚିତ ହେଲେ କଂଗ୍ରେସ ସାଂସଦ । ସୋମବାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ନିଜ କାରରେ ଏକ ବୁଲା କୁକୁରକୁ ନେଇ ପାର୍ଲାମେଣ୍ଟ ପରିସରରେ ପ୍ରବେଶ କରିଥିଲେ କଂଗ୍ରେସ ସାଂସଦ ରେଣୁକା ଚୌଧୁରୀ । ଯାହାକୁ ନେଇ ପରେ ବିଜେପି ପକ୍ଷରୁ ତାଙ୍କ କଡ଼ା ସମାଲୋଚନା କରାଯାଇଥିଲା । ମାତ୍ର କାହିଁକି ସଂସଦ ପରିସରକୁ ଏକ ବୁଲା କୁକୁରକୁ ନେଇ ଆସିବାକୁ ପଡ଼ିଲା, ତାହାକୁ ନେଇ ରେଣୁକା ଚୌଧୁରୀ କଣ କହିଛନ୍ତି ଶୁଣନ୍ତୁ । ବାସ୍ତବରେ ସଂସଦ ଆସିବା ବାଟରେ ରାସ୍ତାରେ ଏକ ସ୍କୁଟର ଓ କାର ମଧ୍ୟରେ ଧକ୍କା ହୋଇଥିଲା । ଫଳରେ ସେଠାରେ ଉପସ୍ଥିତ ଏକ କୁକୁରଟି ଭୟଭିତ ଅବସ୍ଥାରେ ଥିଲା । ଏଣୁ ତାକୁ ନିଜ କାରରେ ପାର୍ଲାମେଣ୍ଟ ନେଇ ଆସିଥିଲେ ବୋଲି ରେଣୁକା କହିଛନ୍ତି । ମାତ୍ର ଏହାଦ୍ବାରା ପାର୍ଲାମେଣ୍ଟର ସୁରକ୍ଷା ସମ୍ବନ୍ଧୀୟ ପ୍ରୋଟୋକଲ ଭଙ୍ଗ ହୋଇଛି ବୋଲି ଦର୍ଶାଇ ପ୍ରବଳ ତୁମ୍ବିତୋଫାନ କରିଛି ବିଜେପି ।