
କ୍ରୀଡ଼ା ଇତିହାସରେ ଅତ୍ୟନ୍ତ ଦୁଃଖଦ ଘଟଣା। ଲାଇଭ ମ୍ୟାଚରେ ବିଜୁଳି ପଡି ଚଲିଗଲା ଫୁଟବଲ ଖେଳାଳିଙ୍କ ଜୀବନ। ଇଣ୍ଡୋନେସିଆରେ ବାଡୁଙ୍ଗରେ ଚାଲିଥିବା ଏକ ଫୁଟବଲ ମ୍ୟାଚରେ ଏଭଳି ଅଘଟଣ ଘଟିଛି। ଭାଇରଲ ଭିଡିଓରେ ବଜ୍ରପାତର ଭୟଙ୍କର ଦୃଶ୍ୟ। ଖରାପ ପାଣିପାଗ ସତ୍ତ୍ବେ ଏଠାରେ ମ୍ୟାଚ ଜାରି ରହିଥିଲା। ଖେଳାଳି ପୂରା ଉତ୍ସାହର ସହିତ ଖେଳୁଥିବା ବେଳେ ଆକାଶରେ ଗର୍ଜୁଥିଲା ଘଡଘଡି। ହଠାତ୍ ଆକାଶରୁ ବଜ୍ରପାତ ଘଟି ଜଣେ ଖେଳାଳିଙ୍କ ଉପରେ ପଡିଥିଲା । ବିଜୁଳି ପଡିବା ସଙ୍ଗେ ସଙ୍ଗେ ଖେଳାଳିଙ୍କ ଜୀବନ ଚାଲିଯାଇଥିଲା ।