
ଫେବୃଆରୀ ୧୬ରେ ଭାରତ ବନ୍ଦ। ଚକା ବନ୍ଦ କରିବେ ଚାଷୀ। ଭାରତୀୟ କୃଷକ ସଂଗଠନ ଉଗ୍ରହାନ ଗୋଷ୍ଠୀ ନେତା ଯୋଗୀନ୍ଦର ସିଂହ ଉଗ୍ରହାନ ଫେବୃଆରୀ ୧୬ରେ ଭାରତ ବନ୍ଦ ଡାକରା ଦେଇଛନ୍ତି। ଏହା ପୂର୍ବରୁ ପଞ୍ଜାବ ଓ ହରିୟାଣାର ୨୬ଟି କୃଷକ ସଂଗଠନ ମଙ୍ଗଳବାର ଦିଲ୍ଲୀ ପଦଯାତ୍ରା କରିବେ। ଫେବୃଆରୀ ୧୬ରେ ଭାରତ ବନ୍ଦ ଡାକରାକୁ ସଫଳ କରିବାକୁ ଉଗ୍ରହାନ ସବୁ କୃଷକ ସଂଗଠନ ଏବଂ ବ୍ୟବସାୟୀମାନଙ୍କୁ ନିବେଦନ କରିଛନ୍ତି। ଏହାକୁ ନେଇ ହରିୟାଣାରେ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ପଞ୍ଜାବ ସୀମାବର୍ତ୍ତୀ ସମସ୍ତ ରାସ୍ତାକୁ ସିଲ୍ କରାଯାଇଥିବା ବେଳେ ୧୫ଟି ଜିଲାରେ ଧାରା ୧୪୪ ଲାଗୁ କରାଯାଇଛି। ୭ଟି ଜିଲାରେ ମୋବାଇଲ୍ ଇଣ୍ଟରନେଟ୍ ମଧ୍ୟ ବନ୍ଦ କରାଯାଇଛି।