ଗାଳ୍ପିକା ଭୁବନେଶ୍ବରୀ ପଣ୍ଡାଙ୍କ ଉପନ୍ୟାସ ‘ସନ୍ଦେହର ସଳିତା’ ଆଜି ବାଚସ୍ପତି ସୁରମା ପାଢ଼ୀଙ୍କ ଦ୍ବାରା ଉନ୍ମୋଚିତ ହୋଇଯାଇଛି। ବିଧାନସଭା ପରିସରରେ ବାଚସ୍ପତିଙ୍କ ପ୍ରକୋଷ୍ଠରେ ଆୟୋଜିତ ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ବିଶିଷ୍ଟ କବି ଅପର୍ଣ୍ଣା ମହାନ୍ତି, କଥାକାର ପ୍ରବୀଣା ମହାନ୍ତି, ପ୍ରକାଶକ ସରୋଜ ବଳ ଓ ବିଧାନସଭାର ସଚିବ ସତ୍ୟବ୍ରତ ରାଉତ ଉପସ୍ଥିତ ଥିଲେ। ବାଚସ୍ପତି ଶ୍ରୀମତୀ ପାଢ଼ୀ କହିଥିଲେ, ‘ସନ୍ଦେହର ସଳିତା’ ଉପନ୍ୟାସଟି ସାଧାରଣ ଓ ସାବଲୀଳ ଭାଷାରେ ଲେଖାଯାଇଛି।