ଶୁକ୍ରବାର ଭୁବନେଶ୍ଵରରେ ପହଞ୍ଚିଛନ୍ତିଭାରତୀୟ ଦଳ ଏବଂ ଇଂଲଣ୍ଡ ଟିମର ଖେଳାଳି । ବାରବାଟୀ ଦିନିକିଆ ମ୍ୟାଚ ପାଇଁ ସେମାନେ ଓଡ଼ିଶା ଗସ୍ତରେ ଅଛନ୍ତି । ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟା ୪୦ରେ ଦୁଇ ଦଳର ଖେଳାଳିମାନେ ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରୁ ସ୍ଵତନ୍ତ୍ର ବସ ଯୋଗେ ସେମାନଙ୍କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ହୋଟେଲମେ ଫେୟାରକୁ ନିଆଯାଇଥିଲା। ସେଠାରେ ସେମାନଙ୍କୁ ପାରମ୍ପରିକ ନୃତ୍ୟବାଦ୍ୟରେ ସ୍ଵାଗତ କରାଯାଇଥିଲା। ଖେଳାଳିମାନେ ହୋଟେଲରେ ରାତ୍ରିଯାପନ କରିବେ। ଶନିବାର ପର୍ଯ୍ୟାୟକ୍ରମେ ସେମାନେ କଟକ ବାରବାଟୀ ପଡ଼ିଆକୁ ଅଭ୍ୟାସ କରିବାକୁ ଯିବେ। ଏ ନେଇ ଭୁବନେଶ୍ଵର କଟକ ରାସ୍ତାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏହା ସହିତ ଟ୍ରାଫିକ କଟକଣା ମଧ୍ୟ ଲାଗୁ କରାଯାଇଥିବା ସୂଚନା ମିଳିଛି।