ଭୁବନେଶ୍ୱର: ମକର ସଂକ୍ରାନ୍ତିରେ ସପତ୍ନୀକ ବୁଡ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ରହିଥିବା ମୁଖ୍ୟମନ୍ତ୍ରୀ ଆଜି କେନ୍ଦୁଝର ଜିଲ୍ଲାର ପାଟଣାଠାରେ ଥିବା ବୈତରଣୀ ନଦୀର ଶୈବ୍ୟା କାବେରୀ ଘାଟରେ ପତ୍ନୀଙ୍କ ସହ ମୁଖ୍ୟମନ୍ତ୍ରୀ ବୁଡ ପକାଇଛନ୍ତି। ଏହା ସହିତ ରଘୁନାଥ ଜୀଉଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିଥିବା ମଧ୍ୟ ଦେଖିବାକୁ ମିଳିଛି। ଏହା ସହିତ ପ୍ରଭୁଙ୍କ ଦର୍ଶନ କରି ରାଜ୍ୟବାସୀଙ୍କ ମଙ୍ଗଳ କାମନା କରିଛନ୍ତି ସେ।
ଆଜି ପବିତ୍ର ମକର ସଂକ୍ରାନ୍ତି ଅବସରରେ ପାଟଣା ରାଜନଗର ବୈତରଣୀ ନଦୀରେ ୭ ଥର ମକର ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିପାଇଁ ପାଟଣା ବୈତରଣୀ ନଦୀର ଶୈବ୍ୟା କାବେରୀ ଘାଟରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ସେପଟେ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ଭିଡ ଜମିଥିଲା। ମୁଖ୍ୟମନ୍ତ୍ରୀଙ୍କର ସୁରକ୍ଷା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ସପତ୍ନୀକ ୭ ଥର ମକର ସ୍ନାନ କରି ସୂର୍ଯ୍ୟଙ୍କ ଉବ୍ଦେଶ୍ୟରେ ଜଳ ଅର୍ପଣ କରିଥିଲେ । ଏଥିସହ, ନଦୀକୂଳରେ ପ୍ରଭୁ ରଘୁନାଥଜୀଉଙ୍କ ଦର୍ଶନ ସହ ମକର ପିଠା ଖାଇଥିଲେ।