ମଦ ପିଇ ବିମାନ ଉଡାଣ ପାଇଁ ଯାଉଥିଲେ ପାଇଲଟ, ଖବର ପାଇ ଆକ୍ସନ ନେଲା କର୍ତ୍ତୃପକ୍ଷ । ନିକଟରେ, କାନାଡାର ଭାନକୁଭରରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ବିଳମ୍ବ ହୋଇଥିଲା। ଆଉ ବିଳମ୍ବର ଏକ ଆଶ୍ଚର୍ଯ୍ୟଜନକ କାରଣ ଏବେ ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ, ୨୩ ଡିସେମ୍ବର, ୨୦୨୫ ରେ ଏହି ବିମାନ AI186 ବିଳମ୍ବିତ ହୋଇଥିଲା। ଉଡ଼ାଣ ଆରମ୍ଭ କରିବା ପୂର୍ବରୁ ପାଇଲଟଙ୍କୁ ବାହାର କରିଦିଆଯାଇଥିଲା। ତେବେ କାନାଡାର ଭାନକୁଭର ବିମାନବନ୍ଦରରେ ଜଣେ ଏୟାର ଇଣ୍ଡିଆ କର୍ମଟାରୀ ପାଇଲଟଙ୍କୁ ମଦ କିଣୁଥିବାର ଆଉ ପିଉଥିବାର ଦେଖିଥିଲେ । ଯାହା ପରେ କର୍ମଚାରୀ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ଆଉ ତାପରେ ପାଇଲଟଙ୍କୁ ଯାଞ୍ଚ କରାଯାଇଥିଲା । ଯେଉଁଥିରେ ସେ ନିଶା ସେବନ କରିଥିବା ଜଣାପଡିଲା । ଯାହା ଫଳରେ ତାଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିଲା ।