ଦେଖନ୍ତୁ କେମିତି ବ୍ୟାପେ ଫାଇଲେରିଆ?
ଫାଇଲେରିଆ ଏକ ସାମୁହିକ ଜନସ୍ୱାସ୍ଥ୍ୟ ସମସ୍ୟା, ଯାହା ମଶା କାମୁଡିବା ଦ୍ୱାରା ବ୍ୟାପିଥାଏ । ବିଶ୍ୱବ୍ୟାପୀ ଦୀର୍ଘକାଳୀନ ଶାରୀରିକ ଅକ୍ଷମତାର ଅନ୍ୟତମ ମୁଖ୍ୟ କାରଣ ହେଉଛି ଫାଇଲେରିଆସିସ୍ । ସାଧାରଣତଃ ପିଲାଦିନେ ଏହା ସଂକ୍ରମିତ ହେଉଥିବାବେଳେ ପ୍ରାପ୍ତ ବୟସ୍କ ଅବସ୍ଥାରେ ଏହାର ଲକ୍ଷଣ ପ୍ରକାଶପାଏ । ଏହି ସଂକ୍ରମଣ ଶରୀରର ଲିମ୍ଫାଟିକ ବ୍ୟବସ୍ଥାକୁ ନଷ୍ଟ କରିଦିଏ ଏବଂ ତାହାର ସଠିକ ସମୟରେ ଚିକିତ୍ସା କରାନଗଲେ ଏହା ଶରୀରର ବିଭିନ୍ନ ଅଂଶରେ ଫୁଲା ସୃଷ୍ଟିକରେ, ଏବଂ ପରବର୍ତ୍ତୀ ଅବସ୍ଥାରେ ଏହା ଏକ ଗୁରୁତର ରୋଗରେ ପରିଣତ ହୁଏ । ଫାଇଲେରିଆସିସରେ ଆକ୍ରାନ୍ତ ଲୋକମାନେ ଅନେକ ସମୟରେ ହାଇଡ୍ରୋସିଲ (ଅଣ୍ଡକୋଷ ଫୁଲିବା), ଲିମ୍ଫୋଡେମା (ଅଙ୍ଗ ପ୍ରତ୍ୟଙ୍ଗ ଫୁଲିବା) ଏବଂ କାଇଲୁରିଆ (ଇଷତ ଧଳା ରଙ୍ଗର ପରିସ୍ରା) ଭଳି ଅନେକ ଗୁରୁତର ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଏଭଳି ଲକ୍ଷଣ ଏଲ୍ଏଫ୍ରେ ଆକ୍ରାନ୍ତ ଲୋକଙ୍କର ଜୀବିକା, ସେମାନଙ୍କ ପାଖରେ ଥିବା ସୁଯୋଗ ଏବଂ କାର୍ଯ୍ୟଦକ୍ଷତାକୁ ପ୍ରଭାବିତ କରିଥାଏ ଏବଂ ସେମାନେ ଅନେକ ସମୟରେ ସାମାଜିକ ଶରବ୍ୟର ଶିକାର ହୋଇଥାନ୍ତି ।
କେମିତି ରୋକିବା ଫାଇଲେରିଆ ରୋଗକୁ?
ଏହି ରୋଗକୁ ତାଲିମପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ଫାଇଲେରିଆ ନିରୋଧୀ ଔଷଧ (ଡିଇସି, ଆଲବେଣ୍ଡାଜୋଲ, ଆଇଭରମେକଟିନ) ସେବନ ଦ୍ୱାରା ରୋକାଯାଇପାରିବ ।