ନୂଆଦିଲ୍ଲୀ: ପବିତ୍ର ମହାକୁମ୍ଭ ଅବସରରେ ତିବେଣୀ ସଙ୍ଗମରେ ୬୬ କୋଟି ଶ୍ରଦ୍ଧାଳୁଙ୍କୁ ଭକ୍ତିପୂତ ବୁଡ଼ ବିଶ୍ବ ରେକର୍ଡ ସୃଷ୍ଟି କରିଥିବା ବେଳେ ଗାନ୍ଧୀ ପରିବାର ଏହି ଧାର୍ମିକ କାର୍ଯ୍ୟକ୍ରମରୁ ଦୂରେଇ ରହିଥିବା ନେଇ ରାଜନୈତିକ ଚର୍ଚ୍ଚା ଯୋରଧରିଛି। କଂଗ୍ରେସ ନେତା ତଥା ଲୋକସଭା ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ କିମ୍ବା ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ବୁଡ଼ ପକାଇବା ତ ଦୂରର କଥା, କାହାରିକୁ ମହାକୁମ୍ଭରେ ଦେଖିବାକୁ ମଧ୍ୟ ମିଳି ନଥିଲା। ଇତିମଧ୍ୟରେ ମହାକୁମ୍ଭର ପରିସମାପ୍ତି ଘଟିଥିବା ବେଳେ ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। କାହିଁକି ରହୁଲ ମହାକୁମ୍ଭରେ ପହଞ୍ଚିଲେ ନାହିଁ ବୋଲି ରାଜନୈତିକ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ପ୍ରସଙ୍ଗକୁ ନେଇ ସମ୍ମୁଖକୁ ଆସିଛନ୍ତି କଂଗ୍ରେସ ନେତା ଅଜୟ ରାଏ। ରାଏ କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମକୁ ଆସିଥିବା ଲୋକଙ୍କ ପ୍ରତି ସମ୍ମାନ ରହିଛି। କିନ୍ତୁ ଏହା ଆସ୍ଥାର କାର୍ଯ୍ୟକ୍ରମ। ଗାନ୍ଧୀ ପରିବାର ପାଇଁ ସେ ନିଜେ ବୁଡ଼ ପକାଇଥିବା ରାଏ କହିଛନ୍ତି।
ରାଏ ଆହୁରି କହିଛନ୍ତି ଯେ, ସେ ନିଜେ ମହାକୁମ୍ଭରେ ପହଞ୍ଚି ବୁଡ଼ ପକାଇଥିଲେ ଏବଂ ଆଶିର୍ବାଦ ନେଇଥିଲେ। ଗାନ୍ଧୀ ପରିବାର ପକ୍ଷରୁ ମଧ୍ୟ ସେ ମହାକୁମ୍ଭକୁ ଯାଇଥିଲା। ଦଳର ପ୍ରାଦେଶିକ ସଭାପତି ଭାବେ ମଧ୍ୟ ବୁଡ଼ ପକାଇ ଦେଶର ମଙ୍ଗଳକାମନା କରିଥିଲେ। ତେବେ ମହାକୁମ୍ଭ ଭଳି ଧାର୍ମିକ ମହାପର୍ବକୁ ରାଜନୀତି ସହିତ ଯୋଡିବା ଉଚିତ ନୁହେଁ ବୋଲି ସେ କହିଛନ୍ତି।