ପବିତ୍ର ମହାକୁମ୍ଭ ମେଳା ଅନୁଠିତ ହେଉଥିବା ସ୍ଥାନର ପୂର୍ବ ଏବଂ ପରର ସାଟେଲାଇଟ ଫଟୋ ଜାରି କରିଛି ଭାରତୀୟ ମହାକାଶ ଗବେେଣ ସଂସ୍ଥା ବା ଇସ୍ରୋ। ଏଯାବତ୍ ୧୦ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ମହାକୁମ୍ଭରେ ସ୍ନାନ କରିଥିବା ବେଳେ ଅଧିକରୁ ଅଧିକ ଶ୍ରଦ୍ଧାଳୁଙ୍କ ଆଗମନ ଜାରି ରହିଛି।
ସେହିଭଳି ଗୁଗଲ ପକ୍ଷରୁ ମହାକୁମ୍ଭକୁ ନେଇ ଏକ ବିଶେଷ ଫିଚର କରାଯାଇଛି। ଯଦି ଆପଣ ଗୁଗଲରେ ‘ମହାକୁମ୍ଭ’ ଲେଖି ସର୍ଚ୍ଚ କରିବେ ତେବେ ଆପଣଙ୍କର ପୂରା ସ୍କ୍ରିନ୍ ଗୋଲାପ ଫୁଲ ପାଖୁଡାରେ ଭରିଯିବ । ଏହାସହ ଆପଣ ଏହି ଫଟୋ ଅନ୍ୟକୁ ସେୟାର ବି କରିପାରିବେ । ତେବେ ଏଥିପାଇଁ ଆପଣଙ୍କୁ ନିଜର ଫୋନ୍ ବା ଡେସ୍କଟପ୍ରେ ଗୁଗଲକୁ ଓପନ କରିବାକୁ ପଡିବ । ଏହାପରେ ଏହା ଉପରେ ହିନ୍ଦୀ, ଇଂରାଜୀ କୌଣସି ବି ଭାଷାରେ ମହାକୁମ୍ଭ ଲେଖନ୍ତୁ ।