ଓଡ଼ିଶା କେତେ ସୁରକ୍ଷିତ? ରାଜ୍ୟରେ ମହିଳା ନିଜକୁ କେତେ ସୁରକ୍ଷିତ ମନେ କରିପାରିବେ? ମହିଳା ତ ମହିଳା ଏଠାରେ ଯୁବତୀ ବିଶେଷକରି କଲେଜ ଓ ସ୍କୁଲ ଛାତ୍ରୀ, ଏମିତିକି କୁନିକୁନି ନାବାଳିକାମାନେ କେତେ ସୁରକ୍ଷିତ? କଲେଜ କ୍ୟାମ୍ପସ ଠୁ ହାଇସ୍କୁଲ ପ୍ରାଙ୍ଗଣ , କିଭଳି ନିଜର ପବିତ୍ରତା ହରାଇଛି? କଳାପଟାରେ ପାଠ ପଢାଇ ଛାତ୍ରୀମାନଙ୍କୁ ବିକାଶର ମାର୍ଗ ଦେଖାଇବାକୁ ବିଦ୍ୟାଦାତା ପାଲଟିଥିବା କିଛି ଭଣ୍ଡଙ୍କ ପାଇଁ କେମିତି ଶିକ୍ଷାମନ୍ଦିର ପରିସର କଳୁଷିତ ହୋଇଛି, ତାହାର ପୂରା ତାଲିକା ଆଜି ବିଧାସଭାରେ ଉପସ୍ଥାପନ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।
୯ ଟି ଜିଲ୍ଲାରେ ଛାତ୍ରୀ ନିର୍ଯାତନାର ୩୨ଟି ମାମଲା ରୁଜୁ ହୋଇଛି । ୧୭ଟି ବିଶ୍ଵବିଦ୍ୟାଳୟରେ ବଢ଼ିଛି ଶାରୀରିକ, ମାନସିକ ଓ ଯୌନ ନିର୍ଯାତନା। ୧୯ ଜଣ ଛାତ୍ରୀ ନିର୍ଯାତନାର ଶିକାର ହୋଇଛନ୍ତି । ୬ ଯୌନ ନିର୍ଯାତନା, ୯ ଛାତ୍ରୀଙ୍କୁ ମାନସିକ ନିର୍ଯାତନା ଓ ଦୁଇ ଜଣ ଛାତ୍ରୀଙ୍କୁ ଅଭଦ୍ରଚିତ ବ୍ୟବହାର କରାଯାଇଛି । ସମ୍ଭବତଃ ଏହା କେବଳ ବିଗତ ବିଧାନସଭା ଅଧିବୋନ ପରଠାରୁ ଏ ଭିତରର ଅର୍ଥାତ ପାଖାପାଖି ସାଢେ ୩ ମାସର ଡାଟା । କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପ୍ରଶ୍ନ ଉପରେ ଗୃହରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଲିଖିତ ଉତ୍ତର ଦେଇଛନ୍ତି ।
ସରକାର ନିଜ ମୁହଁରେ ନାରୀ ନିରର୍ଯାତନାର ସତ ଉପସ୍ଥାପନ କରିଥିବା ବେଳେ କାହାକୁ ବାଧୁଛି ଏହି ନିଚ୍ଛକ ସତ । ବିରୋଧୀ ଯେତେବେଳେ ପ୍ରଶ୍ନ କରୁଛନ୍ତି ଅଥବା ଏହାକୁ ନେଇ ସରକାରଙ୍କୁ ଟାର୍ଗେଟ କରୁଛି ସେତେବେଳେ କିଏ ଘୋଡାଇବାକୁ ଚାହୁଁଛି ଏହି ସତ ଉପରେ ପରଦା । ଆପରଙ୍କୁ ମୁଁ ଏମିତି ଏକ ଭିଡିଓ ଦେଖାଇବି ଯାହାକୁ ଦେଖିବା ପରେ ଆପରମାନେ ମଧ୍ୟ ବେଶ ବୁଝିଯିବେ, କିଛି କହିବା ଦରକାର ପଡିବ ନାହିଁ । ଓଡ଼ିଶା ଡେଜ୍, ସୋସିଆଲ ସାଇଟ ଏକ୍ସରୁ ଏହି ଭିଡିଓଟିକୁ ପାଇଛି, ଯାହାକୁ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ପୁଅ ସାଗର ଚରଣ ଦାସ ପୋଷ୍ଟ କରିଥିଲେ । ତାଙ୍କର ଏ ବାଇଟଟିକୁ ଭଲ ଭାବେ ଦେଖନ୍ତୁ, କିଛି ବି ମିସ୍ କରନ୍ତୁ ନାହିଁ ନହେଲେ, ଆପଣ ଜାଣି ପାରିବେ ନାହିଁ ଯେ ବାସ୍ତବରେ ଓଡ଼ିଶାର ବର୍ଣ୍ଣିଂ ଟପିକ ପାଲଟିଥିବା ସବୁଠୁ ବଡ ସମସ୍ୟା ଉପରେ ପ୍ରଶ୍ନ ହେଲା କାହାକୁ ବେଶୀ ବାଧେ । ଏହି ଭିଡିଓଟିକୁ ଦେଖିବା ପରେ ଆପଣଙ୍କୁ ଆମର ଆଉ ବିଶେଷ କିଛି କହିବା ଦାରକାର ପଡିବ ନାହିଁ । ଆପଣ ଜନତା ଜନାର୍ଦ୍ଦନ । ବେଶ ବୁଝିଯିବେ । ଏବେ ଦେଖନ୍ତୁ ଏ ଭିଡିଓଟିକୁ….
ବାଇଟ ପାଇଁ ଏହି ଭିଡି ଉପରେ କ୍ଲିକ କରନ୍ତୁ..
ଦେଖିଲେତ ବନ୍ଧୁ ଗଣ । ରାଜ୍ୟରେ ସରକାର ପରିବର୍ତ୍ତନ ସହ ବହୁତ କିଛି ପରିବର୍ତ୍ତନ ହୋଇଯାଇଛି ।
ବନ୍ଧୁଗଣ ଏହିପରି ଭିଡିଓ ଦେଖିବା ଲାଗି କମେଣ୍ଟ ବକ୍ସରେ ଆପଣଙ୍କ ମତାମତ ଲେଖନ୍ତୁ । ଭିଡିଓଟିକୁ ଲାଇକ ସେୟାର କରନ୍ତୁ ଓ ଆମ ଚ୍ୟାନେଲ ଓଡ଼ିଶା ଡୋଜ୍କୁ ସବସ୍କ୍ରାଇବ କରିବାକୁ ଭୁଲନ୍ତୁ ନାହିଁ ।