ଅଜିତ ପାୱାରଙ୍କ ନିଧନ; ମହାରାଷ୍ଟ୍ରରେ ୩ ଦିନିଆ ଶୋକ ଘୋଷଣା
ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ନେତା ଅଜିତ ପାୱାରଙ୍କ ବୁଧବାର ସକାଳେ ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ତାଙ୍କ ଚାର୍ଟର୍ଡ ବିମାନ ବାରାମତିରେ ଅବତରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ଏହି ଦୁଃଖଦ ଘଟଣା ଘଟିଥିଲା। ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ଛଅ ଜଣଙ୍କର ମୃତ୍ୟୁ ହୋଇଥିଲା।

୮ ଘଣ୍ଟିଆ ଓଡ଼ିଶା ବନ୍ଦ
ନଵନିର୍ମାଣ କୃଷକ ସଂଗଠନ ପକ୍ଷରୁ ୮ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ। ଧାନକିଣାରେ ଅବ୍ୟବସ୍ଥା, PUCC, ସ୍ମାର୍ଟ ମିଟରକୁ ବିରୋଧ କରି ବନ୍ଦ ପାଳନ କରାଯାଉଛି।
‘ସମୀକ୍ଷା’ ପୋର୍ଟାଲ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ଆଜି ଷଷ୍ଠ ରାଜ୍ୟ ଅର୍ଥ କମିଶନର ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ‘ସମୀକ୍ଷା ପୋର୍ଟାଲର ମଧ୍ୟ ଉନ୍ମୋଚନ କରିଛନ୍ତି । ନାଗରିକ, ନିର୍ବାଚିତ ପ୍ରତିନିଧି କିମ୍ବା ଯେକୌଣସି ବ୍ୟକ୍ତି https://samikshya.odisha.gov.in ଲିଙ୍କ୍ ମାଧ୍ୟମରେ ପୋର୍ଟାଲରେ ପ୍ରବେଶ କରି ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟାନ୍ୱୟନର ପ୍ରଗତି ତଦାରଖ କରିପାରିବେ।
‘ପରୀ’ ଚଳଚ୍ଚିତ୍ର ନେଇ ଆପତ୍ତି ଉଠାଇଲେ ବାପା
ନୟାଗଡ଼ ଜିଲ୍ଲାର ବହୁ ଚର୍ଚ୍ଚିତ ନିଖୋଜ ଶିଶୁକନ୍ୟା ପରୀର ବାପା ଅଶୋକ ସାହୁ ଆଗାମୀ ଓଡ଼ିଆ ଚଳଚ୍ଚିତ୍ର ‘ପରୀ’ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରି ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହ ଦେଓଙ୍କୁ ଏକ ଆବେଦନପତ୍ର ପ୍ରଦାନ କରିଛନ୍ତି।
ଓଜେଇଇ ୨୦୨୬ ପାଇଁ ପଞ୍ଜୀକରଣ ଆରମ୍ଭ
ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପାଇଁ ପଞ୍ଜୀକରଣ ପ୍ରକ୍ରିୟା ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି। ମେ ମାସରେ ପ୍ରବେଶିକା ପରୀକ୍ଷା ହେବା ନେଇ ଜଣାପଡ଼ିଛି।
ଜାନୁଆରୀ ୩୦ ଯାଏଁ ରାଜ୍ୟରେ ଘନ କୁହୁଡ଼ି ସମ୍ଭାବନା
ଆଗାମୀ ଦୁଇ ଦିନ ମଧ୍ୟରେ ଅର୍ଥାତ୍ ଜାନୁଆରୀ ୩୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଚାରୋଟି ସ୍ଥାନରେ ଘନ କୁହୁଡ଼ି ଦେଖାଯିବ। ଜଗତସିଂହପୁର, ପୁରୀ, କେନ୍ଦ୍ରାପଡା ଏବଂ ଭଦ୍ରକ ଜିଲ୍ଲାରେ ଘନ କୁହୁଡ଼ି ସମ୍ଭାବନା ରହିଥିବା ନେଇ ବୁଧବାର ଦିନ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ତରଫରୁ ସୂଚନା ଦିଆଯାଇଛି। ଏ
NIA ହାତରେ ସୁନ୍ଦରପଦା ବିସ୍ଫୋରଣର ତଦନ୍ତ
ଭୁବନେଶ୍ବର ସୁନ୍ଦରପଦା ନିୟୁ ଆଜାଦ ନଗର ବୋମା ବିସ୍ଫୋରଣ ଘଟଣାରେ ଆରମ୍ଭ ହୋଇଛି NIA ତଦନ୍ତ । NIAର ଟିମ୍ ଆଜି ସ୍ପଟ୍ ଭିଜିଟ୍ କରିବା ସହ ଯାଞ୍ଚ ଆରମ୍ଭ କରିଛି ।
India vs New Zealand: ନ୍ୟୁଜିଲାଣ୍ଡ ଠାରୁ ଭାରତ ପରାସ୍ତ
ଆଜି ବିଶାଖାପାଟଣାର ଡ. ୱାଇଏସ ରାଜାଶେଖର ରେଡ୍ଡୀ ଷ୍ଟାଡିୟମରେ ଖେଳାଯାଉଥିବା ଟି୨୦ ସିରିଜର ଚତୁର୍ଥ ମ୍ୟାଚରେ ଭାରତର ଲଜ୍ଜାଜନକ ପରାଜୟ ବରଣ କରିଛି। ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୨୧୫ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଜବାବରେ ଭାରତ ବ୍ୟାଟିଂ କରି ୧୬୫ ରନ କରି ଅଲ ଆଉଟ ହୋଇଯାଇଥିଲା।
