
ନୂଆଦିଲ୍ଲୀ: ଏବେ ୟୁକ୍ରେନର ରେଲଫୋର୍ସ ଓ୍ବାନ ଉପରେ ପୂରା ବିଶ୍ବର ନଜର । ଏହି ରେଲଫୋର୍ସ ଓ୍ବାନ ହେଉଛି ଏକ ଟ୍ରେନ ଟୁ କିବ୍ । ଏହି ଟ୍ରେନ ଟୁ କିବ୍ରେ ଏବେ ଅଛନ୍ତି ବିଶ୍ବର ସବୁଠୁ ବଡ଼ ଗଣତନ୍ତ୍ରର ପ୍ରଧାନମନ୍ତ୍ରୀ । ହଁ ଆପଣ ଠିକ୍ ବୁଝିଲେ ରେଲଫୋର୍ସ ଓ୍ବାନ ଟ୍ରେନରେ ବସି ଯୁଦ୍ଧତ୍ରସ୍ତ ୟୁକ୍ରେନ ରାଜଧାନୀ କିବ୍ ଗସ୍ତ କରୁଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କିନ୍ତୁ ଚିନ୍ତା କରିବାର କିଛି ନାହିଁ । କାରଣ ଏହି ଟ୍ରେନ କୌଣସି ଚଳନ୍ତା ଦୁର୍ଗ ଠାରୁ କମ୍ ନୁହେଁ । ଏଥିରେ ରହିଛି ଅତ୍ୟନ୍ତ ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା । ଏଥିସହ ଅତ୍ୟନ୍ତ ସୁରକ୍ଷିତ କମ୍ୟୁନିକେସନ ସିଷ୍ଟମ ମଧ୍ୟ ରହିଛି । ହାଇଟେକ ସୁରକ୍ଷା କର୍ମୀଙ୍କ ଟମ୍ର କଡ଼ା ନିରୀକ୍ଷଣରେ ରହିଛି ରେଲଫୋର୍ସ ଓ୍ବାନ । ଟ୍ରେନର ଇଣ୍ଟେରିୟର କେସଣସି ପଞ୍ଚତାରକା ହୋଟେଲରୁ କମ୍ ନୁହେଁ । କନଫରେନ୍ସ ପାଇଁ ବିଶାଳ ହଲ୍ ମଧ୍ୟ ରହିଛି । ଏହି ଆଲିସାନ ତଥା ଅତିଉଚ୍ଚକୋଟିର ସୁରକ୍ଷା ସମ୍ବଳିତ ଟ୍ରେନରେ ୧୦ ଘଣ୍ଟା ଯାତ୍ରା କରି ୟୁକ୍ରେନ ରାଜଧାନୀ କିବ୍ରେ ପହଞ୍ଚିବେ ପିଏମ୍ ମୋଦୀ । ଯେଉଁଠାରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦମିର ଜେଲେନସ୍କିଙ୍କ ସହ ତାଙ୍କର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ ।