ସରକାରଙ୍କ ତୃତୀୟ ନୟନରେ ଗୋ ମାଫିଆ ଓ ବାଲି ମାଫିଆ । ଏଣିକି ହେବ ଏଭଳି କଡ଼ା କାର୍ଯ୍ୟାନୁଷ୍ଠାନ ଯାହା, ଏହି ମାଫିଆମାନେ ଚିନ୍ତା ମଧ୍ୟ କରି ନ ଥିବେ । ଏହି ରାବଣ ରୂପୀ ଗୋ ମାଫିଆ ଓ ବାଲି ମାଫିଆଙ୍କୁ ଖୋଜି ଖୋଜି ବଧ କରାଯିବ। ଏହା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଓଡ଼ିଶା ପୋଲିସ ଆସୋସିଏସନର ବାର୍ଷିକ ଉତ୍ସବ ଅବସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମନ୍ତ୍ରୀ କହିଛନ୍ତି, ‘କେବଳ ଗୋଟିଏ କି ଦୁଇଟି ଜିଲ୍ଲା ନୁହେଁ ସମଗ୍ର ରାଜ୍ୟ ବାଲି ମାଫିଆ ଏବଂ ଗୋ ମାଫିଆଙ୍କ ଉପରେ ଆକ୍ସନ ନିଆଯିବ । ଏଥିସହ ଚୌଦ୍ଵାର ଜେଲରୁ ୨ ବିହାରୀ କଏଦୀ ଫେରାର ଘଟଣାରେ ମତ ରଖି କହିଛନ୍ତି ଯେ, ଏନେଇ ଜେଲ୍ ବିଭାଗ କଳି ଆଦୌ ଶୋଭନୀୟ ନୁହେଁ । ବିବାଦ ଉପରେ ପୂର୍ଣ୍ଣଛେଦ ପକେଇବା ପାଇଁ ଗୃହ ବିଭାଗ ଆକ୍ସନ ନେଉଛନ୍ତି । ପୋଲିସକୁ ରାଜନୈତିକ ଓ ଗଣମାଧ୍ୟମ ଚାପମୁକ୍ତ କରାଯିବା ଉଚିତ । ପୋଲିସକୁ ୨ ଭାଗ କରି ତଦନ୍ତ ଓ ଆଇନଶୃଙ୍ଖଳାରେ ପରିଣତ କରିବା ନେଇ ଯୋଜନା ରହିଛି ।