
୧୯୬୭ ଯୁଦ୍ଧରେ ଆରବକୁ ହରାଇବା ପରେ ଇସ୍ରାଏଲ ଓ୍ବେଷ୍ଟ ବ୍ୟାଙ୍କ ଓ ଗାଜା ଷ୍ଟ୍ରିପ ଉପରେ କବଜା କରିଥିଲା । ଏହାକୁ ବିରୋଧ କରି ୧୯୮୦ ଦଶକରେ ହମାସର ଗଠନ କରାଯାଇଥିଲା । କିନ୍ତୁ ନର୍ଥ ଓ୍ବେଷ୍ଟର୍ଣ୍ଣ ୟୁନିଭର୍ସିଟି ପ୍ରଫେସର ଖାଲିଦ ଅଲ ହୌବଙ୍କ ପୁସ୍ତକ ‘ହମାସ: ଏ ବିଗିନର୍ସ ଗାଇଡ’ ଅନୁସାରେ ହମାସ ମୂଳତଃ ଫିଲିପାଇନ୍ସ ମୁସଲିମ ବ୍ରଦରହୁଡର ‘ଆନ୍ତରିକ ରୂପାନ୍ତର’ ଅଟେ । ଯାହାକୁ ୧୯୪୬ରେ ଜେରୁଜେଲମରେ ସ୍ଥାପନ କରାଯାଇଥିଲା ।
ହାମାସ ଅର୍ଥାତ୍ ଇସଲାମ ରେଜିମେଣ୍ଟ ମୁଭମେଣ୍ଟ । ଇସ୍ରାଏଲ ବିରୁଦ୍ଧରେ ବିଦ୍ରୋହର ଆଭିମୁଖ୍ୟ ନେଇ 1980 ରେ ଶେଖ ଅହମ୍ମଦ ୟାସିନଙ୍କ ଦ୍ବାରା ହମାସର ପ୍ରତିଷ୍ଠା ହୋଇଥିଲା । କିନ୍ତୁ ପାଲେଷ୍ଟାଇନକୁ ମୁକ୍ତ କରିବା ଏହାର ଲକ୍ଷ୍ୟ ବୋଲି 1988ରେ ହାମାସ ଘୋଷଣା କରିଥିଲା । ଏ ଭିତରେ ହାମାସ୍ ଅନେକ ଥର ଇସ୍ରାଏଲ ଉପରେ ଆକ୍ରମଣ ଓ ଆତ୍ମଘାତୀ ଆକ୍ରମଣ କରିଛି । ହାମାସ କେତେ ଶକ୍ତିଶାଳୀ ତାହା ଏହି ଘଟଣାରୁ ଆକଳନ କରାଯାଇପାରେ ଯେ 2006ରେ ଗାଜା ଷ୍ଟ୍ରିପରେ ସତ୍ତା ପଲଟ କରି 2007 ରେ ଗାଜାକୁ କାବୁ କରି ନେଇଥିଲା । ବର୍ତ୍ତମାନ ଗାଜା ଷ୍ଟ୍ରିପର ୨ ମିଲିୟନରୁ ଅଧିକ ପାଲେଷ୍ଟ୍ରନୀୟଙ୍କ ଉପରେ ଶାସନ କରୁଛି ହାମାସ । ସମ୍ପୃକ୍ତ ଅଞ୍ଚଳର ଦୁଇଟି ପ୍ରମୁଖ ରାନୈତିକ ଦଳଗୁଡିକ ମଧ୍ୟରୁ ଏହା ଗୋଟିଏ ବୋଲାଉଛି । ଗାଜା ଷ୍ଟ୍ରିପରୁ ହିଁ ହାମାସ ଇସ୍ରାଏଲ ଉପରେ ଆକ୍ରମଣ କରେ। ଇସ୍ରାଏଲ ସମେତ ଆମେରିକା, ୟୁରୋପୀୟ ସଂଘ, ବ୍ରିଟେନ ଏବଂ ଅନ୍ୟ କିଛି ଦେଶ ହମାସକୁ ଏକ ଆତଙ୍କବାଦୀ ସଂଗଠନ ବୋଲି ବିବେଚନା କରନ୍ତି । ମାତ୍ର ବ୍ରାଜିଲ, ଚୀନ୍, ଇଜିପ୍ଟ, ଇରାନ, ନରୱେ, କତାର ଏବଂ ଋଷ ସମେତ ଅନେକ ଦେଶ ହାମାସକୁ ଆତଙ୍କବାଦୀ ସଂଗଠନ ଭାବେ ଗ୍ରହଣ କରୁନାହାଁନ୍ତି ।