- ୬ ଟି ଜିଲ୍ଲାରେ ୩୭ ଲକ୍ଷରୁ ଉର୍ଦ୍ଧ୍ବ ଯୋଗ୍ୟ ହିତାଧିକାରୀ ପାଇବେ ଔଷଧ
୨୦୨୭ ସୁଦ୍ଧା ଫାଇଲେରିଆସିସ୍ ମୁକ୍ତ ହେବ ଭାରତ
ଭୁବନେଶ୍ୱର: ୨୦୨୭ ସୁଦ୍ଧା ଫାଇଲେରିଆସିସ୍ ମୁକ୍ତ ହେବ ଭାରତ । ଦେଶରେ ରହିବେ ନାହିଁ ଜଣେ ହେଲେ ଲିମ୍ଫାଟିକ ଫାଇଲେରିଆ (ଏଲଏଫ) ରୋଗୀ । ଏ ନେଇ ପ୍ରତିବଦ୍ଧତା ଦେଖାଇଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ଏଥିକ୍ରମେ ରାଜ୍ୟରେ ଆଗାମୀ ୧୦ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ । ବଣ୍ଟନ କରାଯିବ ଜିଲ୍ଲାରେ ଲିମ୍ଫାଟିକ ଫାଇଲେରିଆ (ଏଲଏଫ) ନିରୋଧୀ ଔଷଧ । ୬ ଟି ଜିଲ୍ଲାରେ ୩୭ ଲକ୍ଷରୁ ଉର୍ଦ୍ଧ୍ବ ଯୋଗ୍ୟ ହିତାଧିକାରୀ ପାଇବେ ଔଷଧ । ଆଗାମୀ ୧୦ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ । ବଲାଙ୍ଗୀର, କଟକ, କଳାହାଣ୍ଡି, କନ୍ଧମାଳ, ନୟାଗଡ ଏବଂ ରାୟଗଡାର ହିତାଧିକାରୀଙ୍କ ଔଷଧ ଦିଆଯିବ। । ୨ବର୍ଷରୁ କମ୍ ବୟସର ଶିଶୁ, ଗର୍ଭବତୀ ମହିଳା ଏବଂ ଗୁରୁତର ଭାବରେ ଅସୁସ୍ଥ ଥିବା ଲୋକଙ୍କ ବ୍ୟତୀତ ଅନ୍ୟ ସମସ୍ତେ ଏହି ଔଷଧ ତାଲିମପ୍ରାପ୍ତ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଉପସ୍ଥିତିରେ ନିଶ୍ଚିତ ଔଷଧ ସେବନ କରିବାକୁ କୁହାଯାଇଛି ।
ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମର ଅଭିଯାନ ପର୍ଯ୍ୟାୟରେ ୬ ଟି ଜିଲ୍ଲାରେ ୩୭,୭୭,୪୦୬ ଜଣ ହିତାଧିକାରୀଙ୍କୁ ଔଷଧ ଖୁଆଇବା ସୁନିଶ୍ଚିତ କରିବା ପାଇଁ ୧ ୫,୦୩୧ ଜଣ ତାଲିମପ୍ରାପ୍ତ ଔଷଧ ପ୍ରଦାନକାରୀ ଘରକୁ ଘର ଗସ୍ତ କରିବେ । କାର୍ଯ୍ୟକ୍ରମ ତଦାରଖ କରିବା ନିମନ୍ତେ ୧୫୦୩ ଜଣ ସୁପରଭାଇଜରମାନଙ୍କୁ ବିଭାଗ ପକ୍ଷରୁ ନିୟୋଜିତ କରାଯାଇଛି ।