ଭୁବନେଶ୍ୱର: ସୋଆ ବିଶ୍ୱବିଦ୍ୟାଳୟରେ ୧୬ତମ ଓଡ଼ିଶା ଓପନ୍ ଆନ୍ତର୍ଜାତୀୟ ଗ୍ରାଣ୍ଡମାଷ୍ଟର୍ସ ଚେସ୍ ଫେଷ୍ଟିଭାଲ ୨୦୨୬ ଆରମ୍ଭ ହୋଇଛି। ଅଲ୍ ଇଣ୍ଡିଆ ଚେସ୍ ଫେଡେରେସନର ତତ୍ତ୍ୱାବଧାନରେ ଅଲ୍ ଓଡ଼ିଶା ଚେସ୍ ଆସୋସିଏସନ୍ ଏବଂ ଇ-ସ୍ପୋର୍ଟସ୍ ଆସୋସିଏସନ୍ ଅଫ୍ ଓଡ଼ିଶାର ମିଳିତ ସହଯୋଗରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେଉଛି। ଏହି ଚେସ୍ ଫେଷ୍ଟିଭାଲ ଆସନ୍ତା ଜାନୁଆରୀ ୨୪, ୨୦୨୬ ପର୍ଯ୍ୟନ୍ତ ଚାଲିବ।
ମହା ଆଡ଼ମ୍ବରରେ ଏହି କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସିଏ ରାଜୀବ ଶେଖର ସାହୁ, ଅଲ୍ ଓଡ଼ିଶା ଚେସ୍ ଆସୋସିଏସନ୍ ର ସମ୍ପାଦକ ଦେବବ୍ରତ ଭଟ୍ଟ, ଇ-ସ୍ପୋର୍ଟସ୍ ଆସୋସିଏସନ୍ ଅଫ୍ ଓଡ଼ିଶାର ସମ୍ପାଦକ ଅଭିଷେକ ମିତ୍ର, ରୋଟାରୀ କ୍ଲବ ଭୁବନେଶ୍ୱର ନୀଳାଦ୍ରିର ସଭାପତି ତଥା ଇ-ସ୍ପୋର୍ଟସ୍ ଆସୋସିଏସନ୍ ଅଫ୍ ଓଡ଼ିଶାର କୋଷାଧ୍ୟକ୍ଷ ସୁଜିତ କୁମାର ରାଉତ, ଅଲ୍ ଓଡ଼ିଶା ଚେସ୍ ଆସୋସିଏସନ୍ ର କୋଷାଧ୍ୟକ୍ଷ ଧର୍ମେନ୍ଦ୍ର କୁମାର, ସୋଆ ବିଶ୍ୱବିଦ୍ୟାଳୟର ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଏବଂ ଓଡ଼ିଶାର ଦ୍ୱିତୀୟ ଆନ୍ତର୍ଜାତୀୟ ମାଷ୍ଟର ଏସ୍. ସତ୍ୟପ୍ରଜ୍ଞଙ୍କ ସହ ପ୍ରଣୟ ଜେଠୀ (ଟୁର୍ଣ୍ଣାମେଣ୍ଟ ଲୋକ ସମ୍ପର୍କ ଅଧିକାରୀ) ପ୍ରମୁଖ ଉପସ୍ଥିତ ରହି ଏହାକୁ ଉଦ୍ଘାଟନ କରିଥିଲେ।