୧୬ ଡିସେମ୍ବର ୧୯୭୧ । ଯେବେ ଦେଶର ପଶ୍ଚିମ ସୀମାରେ ଥିବା ବସ୍ତର ନଦୀ କୂଳରେ ପାକିସ୍ତାନ ସୈନିକଙ୍କୁ ପରାସ୍ତ କରିଥିଲା ଭାରତ । ଭାରତର ପରାକ୍ରମ ସମ୍ମୁଖରେ ଚିତପଟାଙ୍ଗ ମାରିଥିଲା ପାକିସ୍ତାନ । ଭାରତୀୟ ସେନା ସମ୍ମୁଖରେ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୋଇଥିଲେ 9୩ ହଜାର ପାକିସ୍ତାନୀ ସୈନ୍ୟ । ଆଜିବି ସେ ଯୁଦ୍ଧର ସାକ୍ଷୀ ହୋଇ ରହିଛି ବସ୍ତର ନଦୀ । ବାସ ସେହିଦିନଠାରୁ ଏହି ଦିବସକୁ ବିଜୟ ଦିବସ ଭାବେ ପାଳନ କରୁଛି ସାରା ଭାରତ ।
()୧୯୭୧ରେ ପୂର୍ବ ପାକିସ୍ତାନରେ ସ୍ବତନ୍ତ୍ରତା ସଂଗ୍ରାମ ଥିଲା ଭାରତ-ପାକ ଯୁଦ୍ଧର ମୂଳ କାରଣ । ପଶ୍ଚିମ ପାକିସ୍ତାନ ଉପରେ ଯେତେବେଳେ ପୂର୍ବ ପାକିସ୍ତାନର ଅତ୍ୟାଚାର ଚରମରେ ପହଞ୍ଚିଲା ପୁନଃ ମାନବିକତାର ପରିଚୟ ଦେଇ ସହାୟତାର ହାତ ବଢାଇଥିଲା ଭାରତ । ପୂର୍ବ ପାକିସ୍ତାନକୁ ମୁକ୍ତିର ମାର୍ଗ ଦେଖାଇବାକୁ ପଶ୍ଚିମ ପାକିସ୍ତାନ ବିରୋଧରେ ଭାରତ ଉଠାଇଥିଲା ଅସ୍ତ୍ର । ଭାରତର ୧୧ଟି ବିମାନଘାଟି ଉପରେ ଆକ୍ରମଣରୁ ଆରମ୍ଭ ଏହି ଯୁଦ୍ଧ ଢାକା କବ୍ଜାରେ ଶେଷ ହୋଇଥିଲା । ୧୩ ଦିନର ଏହି ଯୁଦ୍ଧ ଥିଲା ଆଧୁନିକ ବିଶ୍ବ ଇତିହାସର ସବୁଠାରୁ କମ୍ ଦିନର ଯୁଦ୍ଧ ।
() ୧୯୭୧ ଭାରତ-ପାକ୍ ଯୁଦ୍ଧ ପୂର୍ବରୁ ପୂର୍ବ ପାକିସ୍ତାନ ଭାବେ ପରିଚିତ ଥିଲା ବାଂଲାଦେଶ । ଆଉ ଏବେକାର ପାକିସ୍ତାନ ଥିଲା ପଶ୍ଚିମ ପାକିସ୍ତାନ । ପଶ୍ଚିମ ପାକିସ୍ତାନର ଲୋକେ ପୂର୍ବ ପାକିସ୍ତାନର ଲୋକଙ୍କୁ ଆଦୌ ପସନ୍ଦ କରୁ ନ ଥିଲେ । ଆଲୋଚନା ସମାଲୋଚନା ଭିତରେ ଦିନ କଟୁ ଥିବା ବେଳେ ୧୯୭୦ରେ ଏମିତି ଏକ ଘଟଣା ଘଟିଲା ଯାହା ଥିଲା ନେହେଲେ ପେ ଦେହେଲା । ଅର୍ଥାତ ୧୯୭୦ ପୂର୍ବ ପାକିସ୍ତାନର ଶେଖ ମୁଜିବୁର ରହମନ ପ୍ରଧାନମନ୍ତ୍ରୀ ପଦ ପାଇଁ ନିର୍ବାଚନ ଜିତି ଯାଇଥିଲେ । କିନ୍ତୁ ପଶ୍ଚିମ ପାକିସ୍ତାନର ସେନା ତାଙ୍କୁ ସମର୍ଥନ ଦେଇ ନ ଥିଲା । ଏସବୁ ଲକ୍ଷ୍ୟ କରିବା ପରେ ୧୯୭୧ ମାର୍ଚ୍ଚ ୭ରେ ନୂତନ ରାଷ୍ଟ୍ରଗଠନର ଘୋଷଣା କରିଥିଲେ ଶେଖ ମୁଜିବୁର ରହମନ । ଅଧିକାଂଶ ବଙ୍ଗଳା ଭାଷାଭାଷୀ ଲୋକ ରହୁଥିବାରୁ ନୂତନ ରାଷ୍ଟ୍ରର ନାମ ବାଂଲାଦେଶ ଦେବ ବୋଲି ମଧ୍ୟ ରହମନ ଘୋଷଣା କରିଥିଲେ । କିନ୍ତୁ ଏହାର କିଛି ଦିନ ପରେ ୧୯୭୧ ମାର୍ଚ୍ଚ ୨୫ରେ ପାକିସ୍ତାନ ସେନା ରହମନଙ୍କୁ ଗିରଫ କରି ପଶ୍ଚିମ ପାକିସ୍ତାନରେ ବନ୍ଦି କରି ରଖିଥିଲା । ଏପଟେ ପୂର୍ବ ପାକିସ୍ତାନ ଉପରେ ବଢିଥିଲା ପାକ୍ ସେନାର ଅତ୍ୟାଚାର । ଶେଖ ମୁଜିବୁର ରହମନଙ୍କ ଗିରଫଦାରି ପ୍ରତିବାଦରେ ପୂର୍ବ ପାକିସ୍ତାନର ଜନ୍ମ ନେଇଥିଲା ମୁକ୍ତି ବାହିନୀ ନାମକ ଏକ ବିଦ୍ରାହୀ ଦଳ । ଏମାନଙ୍କ ବିଦ୍ରୋହ ଭିତରେ ପୂର୍ବ ପାକିସ୍ତାନ ଉପରେ ପଶ୍ଚିମ ପାକିସ୍ତାନର ଅତ୍ୟାଚାର ଏଭଳି ବଢିଯାଇଥିଲା ଯେ ପାଖାପାଖି ୩୦ ଲକ୍ଷ ଲୋକଙ୍କ ମୁଣ୍ଡ କଟିଥିଲା ପୂର୍ବ ପାକିସ୍ତାନରେ । ନିଜ ଦେଶର ୪ ଲକ୍ଷ ମହିଳାଙ୍କ ସହିତ ଦୁଷ୍କର୍ମ କରିଥିଲl ପାକିସ୍ତାନୀ । ସ୍ଥିତି ଏତେ ଭୟଙ୍କର ହୋଇପଡିଥିଲା ଯେ ପାଖାପାଖି ଦଶ ଲକ୍ଷ ଲୋକ ଆତ୍ମରକ୍ଷା ପାଇଁ ଭାରତରେ ଶରଣ ନେଇଥିଲେ ।
ଯେପର୍ଯନ୍ତ ପୂର୍ବ ପାକିସ୍ତାନରେ ଶାନ୍ତି ନ ଫେରିବ ସେପର୍ଯ୍ୟନ୍ତ ଶରଣାର୍ଥୀ ନିଜ ଭିଟାମାଟିକୁ ଫେରିବେ ନାହିଁ । ଏହା ବେଶ ଜାଣିଥିଲେ ସେସମୟରେ ଭାରତରେ ପ୍ରଧାନମନ୍ତ୍ରୀ ଥିବା ଇନ୍ଦିରା ଗାନ୍ଧୀ । ଶାନ୍ତି ଫେରାଇବାର ଏକ ମାତ୍ର ତରିକା ଥିଲା ପୂର୍ବ ପାକିସ୍ତାନରେ ପଶି ଆତଙ୍କ ମଚାଇଥିବା ପଶ୍ଚିମ ପାକିସ୍ତାନୀମାନଙ୍କ ଦମନ । ଏଥିପାଇଁ ଇନ୍ଦିରା ତତ୍କାଳୀନ ସେନା ପ୍ରମୁଖ ଶାମ ମାନେକଶାଙ୍କ ସହିତ ଆଲୋଚନା କରିଥିଲେ । କଥା ହେଲେ କ’ଣ; ସିଧାସିଧା ଯୁଦ୍ଧର ନିର୍ଦ୍ଦେଶ ଦେଇଥିଲେ ଇନ୍ଦିରା ।
କିନ୍ତୁ ବର୍ଷା ଋତୁ ମୁଣ୍ଡ ଉପରେ ଥିବାରୁ ପ୍ରଥମେ ଯୁଦ୍ଧର ପ୍ରସ୍ତୁତି କରାଯାଇଥିଲା । ମୁକ୍ତି ବାହିନୀ ସମେତ ବିଭିନ୍ନ ସେନା ଦଳ ଯୁଦ୍ଧ ପ୍ରଶିକ୍ଷଣ ନେଇଥିଲା । ସେହି ସମୟ ଭିତରେ ୧୯୭୧ରେ ଭାରତ-ଋଷ ଭିତରେ ଏକ ରାଜିନାମା ସ୍ବାକ୍ଷର ହୋଇଥିଲା । ଯାହାଦ୍ବାରା ଭାରତ ସମ୍ପୂର୍ଣ୍ଣ ଭାବେ ପାକିସ୍ତାନକୁ ଏକ ବାରୁଦ ଗଦା ଉପରେ ବସାଇଦେଇଥିଲା । ଅପେକ୍ଷା ଥିଲା ଏକ ନିଆଁ ଝୁଲର । କିନ୍ତୁ ଭାଗ୍ୟ କେମିତି ଦେଖନ୍ତୁ । ସେହି ବାରୁଦ ଗଦାରେ ନିଆଁର ଝୁଲ ପକାଇଥିଲା ନିଜେ ପାକିସ୍ତାନ ।
୧୯୭୧ ଡିସେମ୍ବର ୩ ବେଳକୁ ପାକିସ୍ତାନ ଶ୍ରୀନଗର, ପଠାଣକୋଟ, ଚଣ୍ଡିଗଡ଼, ଆଗ୍ରା ବିମାନ ବନ୍ଦର । ପାକିସ୍ତାନ ଆକସ୍ମିକ ଭାବେ ଏମିତି ଆକ୍ରମଣ କଲା ଯେ ତାହାର ଯୁଦ୍ଧ ଜାହାଜଗୁଡିକ ଭୂଷଭାଷ ଭାରତୀୟ ଆକାଶ ମାର୍ଗରେ ସୀମାଲାଙ୍ଘି ଥିଲା । ଭାରତ ଏହାର ହିଁ ଅପେକ୍ଷାରେ ଥିଲା ପାକିସ୍ତାନ ପ୍ରଥମେ ଆକ୍ରମଣ କରୁ । ଏମିତିରେ ବିଶ୍ବ ଭାରତକୁ ଯୁଦ୍ଧ ଦୋଷ ଦେବ ନାହିଁ । ପାକିସ୍ତାନ ଅତି ଚାଲକି କରି ରାଜସ୍ଥାନର ଜୈଶେଲମେର ସ୍ଥିତ ଲୋଙ୍ଗେଓ୍ବାଲାରେ ନିଜର ସୈନ୍ୟ ଓ ଯୁଦ୍ଧ ଟ୍ୟାଙ୍କ ଗୋଳାବାରୁଦ ନେଇ ପ୍ରବେଶ କଲା । ସେଠାରେ ଥିଲା ମାତ୍ର ୧୨୦ ଭାରତୀୟ ଯବାନ । କିନ୍ତୁ ତାଙ୍କ ନେତୃତ୍ବ ନେଉଥିଲା ପରମ ପରାକ୍ରମୀ ସେନା ଅଧିକାରୀ କୂଳଦୀପ ସିଂହ ଚାନ୍ଦପୁରୀ ।
ଗୋଟିଏ ପଟେ ପାକିସ୍ତାନ ସେନାଧିକାରୀ ତାରିକ ମୀର ଆଉ ୨୮୦୦ ସୈନ୍ୟ । ଅନ୍ୟପଟେ କୂଳଦୀପ ସିଂହ ଆଉ ମାତ୍ର ୧୨୦ ଯବାନ । କିନ୍ତୁ ପଛ ଘୁଞ୍ଚା ନାହିଁ ବୀରର ଜାତକେ । ବାସ୍ କାନ୍ଧରେ ଉଠାଇ ନିଆଯାଉଥିବା ଛୋଟ ତୋପ ଆଉ ତିନୋଟି ଲାଣ୍ଡମାଇନ୍ସ ନେଇ ସେ ଲଢିଥିଲେ । ବିଛାଇଥିଲେ ମୃତ୍ୟର ମରିଚିକା । ଗୋଟିଏ ପରେ ଗୋଟିଏ କରି ପାକିସ୍ତାନୀ ଟ୍ୟାଙ୍କ ଧ୍ବସ୍ତ ହୋଇଯାଇଥିଲା । ପାକିସ୍ତାନ ସେନା ଭାବିଥିଲା ଚାରିଆଡେ ଟିଫିନ ଲ୍ୟାଣ୍ଡମାଇନ ବିଛାଇଛି ଭାରତୀୟ ସେନା । ତାହାକୁ କାଢିବାକୁ ପୂରା ରାତି ଲଗାଇଦେଇଥିଲା ପାକିସ୍ତାନ ସେନା । ବାସ୍ ତାପରେ ଆଉ କ’ଣ ରାତି ପାହୁ ପାହୁ ପହଞ୍ଚିଯାଇଥିଲା ଭାରତୀୟ ବାୟୁ ସେନାର ହଣ୍ଟର ଯୁଦ୍ଧ ବିମାନ; ଯାହା କେବଳ ଦିନରେ ହିଁ ଉଡାଣ କରିପାରେ । ଏହି ହଣ୍ଟର ବିମାନ ଲୋଙ୍ଗେଓ୍ବାଲା ଆକାଶରୁ ବୋମା ବର୍ଷା କରିଥିଲା ।
() ରାତି ତମାମ ଭାରତୀୟ ଯବାନମାନେ ପାକିସ୍ତାନୀ ସୈନ୍ୟଙ୍କୁ ଏମିତି ଯୁଦ୍ଧର ଜାଲରେ ଛନ୍ଦି ରଖିଲେ ଯେ ବାସ୍ତବ ପ୍ଲାନ କଣ ତାହା ବୁଝିବା ସେମାନଙ୍କ ପାଇଁ ସହଜ ହୋଇ ନ ଥିଲା । ରାତିର ଅନ୍ଧକାର ଭିତରେ ପାକିସ୍ତାନୀ ଇଞ୍ଜିନିୟରମାନେ ଇଟାପଥର ଭର୍ତ୍ତି ଟିଫିନକୁ ଟିଫିନ ବୋମା ଭାବି ନିଷ୍କ୍ରିୟ କରିବାରେ ସମୟ ବିତାଇଦେଇଥିଲା । ଆଉ ଭୋର ହେଉହେଉ ଜଣାପଡିଥିଲା ଯେ ଯୁଦ୍ଧଭୂମିରେ ଆଦୌ କୌଣସି ଲ୍ୟାଣ୍ଡମାଇନ ହିଁ ନ ଥିଲା । ପାକିସ୍ତାନ ଏତିକି ବୁଝିବା ଭିତରେ ପହଞ୍ଚି ଯାଇଥିଲା ଭାରତୀୟ ବାୟୁସେନାର ହଣ୍ଟର ଯୁଦ୍ଧ ବିମାନ । ଆଉ ଆକାଶ ମାର୍ଗରୁ କରିଥିଲା ପ୍ରବଳ ବୋମା ବର୍ଷା । ପାକିସ୍ତାନୀ ସୈନ୍ୟ କେହି କିଛି ବୁଝିବା ପୂର୍ବରୁ ହୋଇଥିଲା ଘମାଘୋଟ ବୋମା ବର୍ଷଣ । ଧ୍ବସ୍ତ ହୋଇଯାଇଥିଲା ପାକିସ୍ତାନୀ ଟ୍ୟାଙ୍କର ସବୁ । ଯୁଦ୍ଧ ଭୂମିରେ ନିଜର ଟ୍ୟାଙ୍କର , ଅସ୍ତ୍ରଶସ୍ତ୍ର ଛାଡି ଜୀବନ ବିକଳରେ ଦୌଡି ପଳାଇଥିଲେ ପାକିସ୍ତାନୀ ସୈନ୍ୟ ।
୧୯୭୧ ଡିସେମ୍ବର ୪ ଭାରତୀୟ ବାୟୁସେନାର ବୋମା ବର୍ଷଣରେ ବିଧ୍ବସ୍ତ ଏକ ପାକିସ୍ତାନୀ ଟ୍ୟାଙ୍କର ଭାରତୀୟ ମ୍ୟୁଜିୟମରେ ଭାରତୀୟ ଯବାନଙ୍କ ପରାକ୍ରମର ପ୍ରମାଣ ପାଲଟିଛି । ତେବେ ରୋଙ୍ଗେଓ୍ବାଲାର ପରାଜୟ ପାକିସ୍ତାନର ମେରୁଦଣ୍ଡ ଓ ମନୋବଳ ଭାଙ୍ଗିଦେଇଥିଲା । ମାତ୍ର ୧୨୦ ଯବାନ ଏମିତି କେମିତି ଭୟାନକ ଯୁଦ୍ଧ କରିପାରନ୍ତି । ପାକିସ୍ତାନ ବସି ଏହା ଭାବିବା ଭିତରେ ଏପଟେ ଭାରତୀୟ ନୌସେନା ପାକିସ୍ତାନର ପତ୍ତା କାଟିବାକୁ ବାହାରିଥିଲା । ୧୯୭୧ ଡିସେମ୍ବର ୫ରେ କରାଚୀରେ ପହଞ୍ଚି ଗଲା ଭାରତୀୟ ନୌସେନା ।
()୧୯୭୧ ଡିସେମ୍ବର ୩ ରାତି: ରାଜସ୍ଥାନର ରୋଙ୍ଗେଓ୍ବାଲାରେ ପାକିସ୍ତାନ ସେନାକୁ ୧୨୦ ଭାରତୀୟ ଯବାନଙ୍କ ଚକ୍ମା, ପରେ ପରେ କଡ଼ା ପ୍ରହାର
()୧୯୭୧ ଡିସେମ୍ବର ୪ ଭୋର: ରୋଙ୍ଗେଓ୍ବାଲାରେ ପାକିସ୍ତାନ ସେନା ଉପରେ ଭାରତୀୟ ବାୟୁସେନାର ହଣ୍ଟର ବିମାନର ବୋମା ବର୍ଷଣ, ପାକିସ୍ତାନ ଟ୍ୟାଙ୍କର ବିଧ୍ବସ୍ତ; ରଣଭୂମି ଛାଡି ଲାଞ୍ଜ ଜାକି ଦୌଡ ପଳାଇଥିଲେ ହଜାର ହଜାର ପାକିସ୍ତାନୀ ସୈନ୍ୟ
()୧୯୭୧ ଡିସେମ୍ବର ୫: ପାଳି ଭାରତୀୟ ନୌସେନାର; ଟାର୍ଗେଟ : ପାକିସ୍ତାନର କରାଚୀ ବନ୍ଦର
() ଭୟଙ୍କର ବୋମା ମାଡ଼ରେ କରାଚୀ ବନ୍ଦର ପାଲଟିଥିଲା ନିଆଁର ସହର । ଯୁଆଡେ ଆଖି ଗଲା କରାଚୀ ବନ୍ଦ ବକ୍ଷରେ ଜଳୁଥିଲା ଜାହାର, ପୋତ । ଜଳ, ସ୍ଥଳ ସବୁଆଡେ ଆକାଶ ଛୁଉଁଥିଲା ଅଗ୍ନିଶିଖା । ଦେଉଥିଲା ଭାରତୀୟଙ୍କ ପରାକ୍ରମର ସଦ୍ୟତମ ପ୍ରମାଣ । ସମୁଦ୍ର ଜଳରେ କାହାର ଜାହାଜ ଜଳୁଛି ପାକିସ୍ତାନ ତାହା ବୁଝିବା ପୂର୍ବରୁ ବିଧ୍ବଂସ ହୋଇସାରିଥିଲା ପୂରା କରାଚୀ ବନ୍ଦର । ଆକ୍ରମଣ ଏମିତି ଭୟଙ୍କର ଥିଲା ଯେ କରାଚୀ ବନ୍ଦରରେ ହମ୍ଲା ପରେ କିଛି ସପ୍ତାହ ପର୍ଯ୍ୟନ୍ତ ବନ୍ଦରରେ ନିଆଁ ଜଳୁଥିଲା । କରାଚୀ ବନ୍ଦରର ଧଜିଆଁ ଉଡିବା ପରେ ଅଣ୍ଟା ଭାଙ୍ଗିଯାଇଥିଲା ପଶ୍ଚିମ ପାକିସ୍ତାନର । କରାଚୀ ଛାଡି ଗ୍ବାଦର ପଳାୟନ କରିଥିଲେ ପାକିସ୍ତାନୀ ।
ପାକିସ୍ତାନ ଯୁଦ୍ଧ ଆରମ୍ଭ କରିବାର ମାତ୍ର ଦୁଇ ଦିନର ହାଲ ଥିଲା ଏହା । ତଥାପି ଭାରତକୁ ବର୍ବାଦ କରିବାକୁ ପାକିସ୍ତାନ ଚଳାଇଥିଲା ନୂଆ ଚାଲ । ଯୁଦ୍ଧକୁ ଆହୁରି ଲମ୍ବା କରି ନିଜର ବର୍ବାଦୀକୁ ଡାକୁଥିଲା ପାକିସ୍ତାନ । ଏବେ ଆପଣ ଭାବୁଥିବେ ପଶ୍ଚିମ ପାକିସ୍ତାନକୁ ସବକ୍ ଶିଖାଇବା ବେଳେ ପୂର୍ବ ପାକିସ୍ତାନରେ କ’ଣ ଥିଲା ଭାରତୀୟ ସେନାର ଭୂମିକା ।
ପୂର୍ବ ପାକିସ୍ତାନରେ ପଶ୍ଚିମ ପାକିସ୍ତାନୀ ସୈନ୍ୟ ଯେତେବେଳେ ବର୍ବରତାର ସୀମା ଲାଙ୍ଘିସାରିଥିଲେ ବିଦ୍ରୋହୀ ମୁକ୍ତି ବାହିନୀ ସେମାନଙ୍କୁ ଖୋଜି ଖୋଜି ଚିରନିଦରେ ଶୁଆଇଦେଉଥିଲେ । ପୂର୍ବ ପାକିସ୍ତାନର ଚାରିପଟୁ ମୁକ୍ତି ବାହିନୀକୁ ସହଯୋଗ କରୁଥିଲା ଭାରତର ତିନି ସେନା ।
ଏବେ ପାକିସ୍ତାନ ପାଇଁ ମୁଣ୍ଡବ୍ୟଥା ପାଲଟି ସାରିଥିଲା ଭାରତ । ଏମିତିରେ ନିଜ ସୈନ୍ୟଙ୍କୁ ସହାୟତା ପଠାଇବା ଲାଗି ପୂର୍ବ ପାକିସ୍ତାନ ନିଜ ନୌସେନାକୁ ନିୟୋଜିତ କରିଥିଲା । ମାତ୍ର ବଙ୍ଗୋପସାଗରରେ ବାଟ ଓଗାଳି ବସିଥିଲା ଆଇଏନଏସ ବିକ୍ରାନ୍ତ । ଯାହା ସେତେବେଳେ ଦକ୍ଷିଣ ଏସିଆର ସବୁଠାରୁ ବଡ଼ ଜାହାଜ ଥିଲା ଯାହା ଉପରୁ ଯୁଦ୍ଧ ବିମାନ ଉଡିପାରୁଥିଲା । ପୂର୍ବ ପାକିସ୍ତାନର ଚଟଗାଓଁ ବନ୍ଦର ଉପରେ ପଶ୍ଚିମ ପାକିସ୍ତାନର ଦବ୍ଦବା ଥିବା ବେଳେ ଭାରତୀୟ ନୌସେନା ତାହାକୁ ମଧ୍ୟ ଧ୍ବଂସ କରିଦେଇଥିଲା ।
ଏବେ ପାକିସ୍ତାନ ଏହି ଚକ୍ରାନ୍ତରେ ଥିଲା ଯେ ଯେମିତି ହେଲେ ବିକ୍ରାନ୍ତକୁ ଉଡାଇଦିଆଯିବ । ଭାରତର ଶକ୍ତି ଆଇଏନଏସ୍ ବିକ୍ରାନ୍ତ । ଯାହାକୁ ଧ୍ବଂସ କରିବାକୁ ପାକିସ୍ତାନ ପଠାଇଥିଲା ପିଏନଏସ୍ ଗାଜିକୁ । ଯାହା ଥିଲା ଏକ ବୁଡାଜାହାଜ । ଆଇଏନ୍ଏସ୍ ବିକ୍ରାନ୍ତର ପରାକ୍ରମ ଆପଣମାନେ ଏହିଥିରୁ ହିଁ ଆକଳନ କରିପାରିବେ ଯେ ଯଦି ସେତେବେଳେ ଆଇଏନ୍ଏସ୍ ବିକ୍ରାନ୍ତ ବୁଡ଼ି ଯାଇଥାଆନ୍ତା ତା’ହେଲେ ଯୁଦ୍ଧ ଜିତିବା ଭାରତ ପାଇଁ ସହଜ ହୋଇ ନ ଥାଆନ୍ତା ।
ଭାରତୀୟ ଗୁଇନ୍ଦା ଖବର ପାଇଲା ଯେ ପାକିସ୍ତାନର ବୁଡାଜାହାଜ ବଙ୍ଗୋପସାଗର ଆଡକୁ ବାହାରିସାରିଛି । ଏମିତିରେ ଯେକୌଣସି ପ୍ରକାରେ ବିକ୍ରାନ୍ତକୁ ସୁରକ୍ଷା ଦେବା ଜରୁରୀ ହୋଇପଡିଥିଲା । ପିଏନଏସ ଗାଜିକୁ ଯଦି କେହି ସମୁଦ୍ର ଗର୍ଭରେ ବୁଡାଇବାର କ୍ଷମତା ରଖୁଥିଲା ତାହା ଥିଲା ଆଇଏନଏସ ରାଜପୁତ । କିନ୍ତୁ ସେତେବେଳେ ଇଞ୍ଜିନ ଖରାପ କାରଣରୁ ବିଶାଖାପାଟଣାରେ ଏହାର ମାରାମତି କାମ ଚାଲିଥାଏ ।
ଏମିତିରେ ଏକ ଜାଲ ବିଛାଇଲା ଭାରତ । ଭାରତରେ ଥିବା ପାକିସ୍ତାନୀ ଗୁପ୍ତଚରଙ୍କ କାନରେ ପହଞ୍ଚାଇଲା ଆଇଏନଏସ ବିକ୍ରାନ୍ତ ବିଶାଖାପାଟଣମ ଆସିବାର ମିଥ୍ୟା ଖବର । ଯାହା ବନାଗ୍ନି ଭଳି ପହଞ୍ଚିଗଲା ପାକିସ୍ତାନି କମାଣ୍ଡରମାନଙ୍କ କାନରେ । ବାସ୍ ବିଲେଇ ଆଖି ବୁଜି ବୁଜି କ୍ଷୀର ପିଇବା ଭଳି ଦିଗ ବଦଳାଇ ପାଣି ଭିତରେ ଭିତରେ ବିଶାଖାପାଟଣାମ ସାମୁଦ୍ରିକ କ୍ଷେତ୍ରରେ ପହଞ୍ଚିଲା ପିଏନଏସ ଗାଜି । ଯୋଉଠି ନୀରବ ବକ ଭଳି ଅପେକ୍ଷା କରିଥିଲା ତା’ର ମୃତ୍ୟୁଦୂତ ଆଇଏନଏସ ରାଜପୁତ । ଆକ୍ରମଣ ପୂର୍ବରୁ ଆତର୍କିତ ହମ୍ଲାରେ ସମୁଦ୍ର ଗର୍ଭରେ ହିଁ ସମାଧି ନେଇଥିଲା ଗାଜି ।
ଏବେ ପାକିସ୍ତାନ ବୁଝିସାରିଥିଲା ବିଜୟ ଆଉ ସମ୍ଭବ ନୁହେଁ । କାରଣ ଆମେରିକାରୁ କ୍ରୟ କରାଯାଇଥିବା ଅତ୍ୟନ୍ତ ଶକ୍ତିଶାଳୀ ବୁଡାଜାହାଜ ପିଏନଏସ ଗାଜି । ଯାହାକୁ କେହି ବୁଡ଼ାଇଦେବା ସହଜ ନ ଥିଲା । କିନ୍ତୁ ଭାରତର ସାମରିକ ସମଝଦାରି କୁହନ୍ତୁ ବା ସାମର୍ଥ୍ୟ; ଏକ ଖରାପ ଜାହାଜ ଦ୍ବାରା ହିଁ ଏହି ଅସମ୍ଭବକୁ ସମ୍ଭବ କରିସାରିଥିଲା ଭାରତୀୟ ନୌସେନା ।
() ପିଏନଏସ ଗାଜି ବୁଡିବା ପରେ ମନୋବଳ ହରାଇଥିଲା ପାକିସ୍ତାନ । ଗୁହାରି କରିଥିଲା ଆମେରିକା ନିକଟରେ । ଆମେରିକା ଏହି କଥା ଜାତିସଙ୍ଘରେ ଉଠାଇଲା । କହିଲା ଭାରତ ଅତ୍ୟାଚାର କରୁଛି । ମାତ୍ର ସେତେବେଳେ ଭାରତ ସପକ୍ଷରେ ଭିଟୋ ପ୍ରୟୋଗ କରିଥିଲା ଋଷ । ଭାରତ ଯାହା କରୁଛି ଠିକ କରୁଛି । ଦୃଢ କଣ୍ଠରେ କହିଥିଲା ଋଷ । କାଟ ଖାଇଲା ଭାରତ ବିରୋଧୀ ପ୍ରସ୍ତାବ । ଯାହା ପରେ ଆମେରିକା ବାହାରିଥିଲା ଭାରତ ବିରୋଧରେ ପାକିସ୍ତାନକୁ ସାହାଯ୍ୟ କରିବାକୁ ।
() ୧୯୭୧ ଭାରତ ପାକିସ୍ତାନ ଯୁଦ୍ଧ ଚରମରେ ଥାଏ । ଭାରତ ବିଜୟ ଆଡକୁ ବଢୁଥିବା ବେଳେ ପାକିସ୍ତାନର ମନୋବଳ ଧୀରେ ଧୀରେ ଭାଙ୍ଗିବାରେ ଲାଗିଥାଏ । ଏମିତିରେ ପାକିସ୍ତାନର ସହାୟତା ପାଇଁ ଆମେରିକା ପଠାଇଥିଲା ନିଜର ସୈନ୍ୟ ସମ୍ବଳିତ ୭ ଜାହାଜ । ଯାହାର ଉଦ୍ଦେଶ୍ୟ ଥିଲା ଆଇଏନଏସ ବିକ୍ରାନ୍ତକୁ ବୁଡାଇବା । ସେପଟେ ବ୍ରିଟେନ ମଧ୍ୟ ଭାରତ ବିରୋଧରେ ପଠାଇଥିଲା ତାହାର ଇଗଲ ଜାହାଜ ସମୁହ । ସବୁପଟୁ ଭାରତକୁ ଶତ୍ରୁ ଘେରିବାକୁ ବସିଥିବା ବେଳେ ଋଷ ନିଭାଇଥିଲା ମିତ୍ରତା । ଭାରତ-ଋଷ ଚୁକ୍ତି କ୍ରମେ ଭାରତ ସମର୍ଥନରେ ଋଷ ପଠାଇଥିଲା ନିଜର ୪୦ ଜାହାଜ ସମ୍ବଳିତ ନୌସେନା ଦଳ । ୟେମେନରେ ଥିବା ଋଷ ବାୟୁସେନା ଦଳମଧ୍ୟ ଭାରତର ସହାୟତା ପାଇଁ ପ୍ରସ୍ତୁତ ଥିଲା । ଋଷର ଜାହାଜରେ ଲାଗିଥିଲା ଅଟୋମେଟିକ ମିସାଇଲ । ବିକ୍ରାନ୍ତ ଆଡକୁ ଅଗ୍ରସର ହେଲେ ଏହି ମସାଇଲ ସ୍ବତଃ ଯେକାହାରିକୁ ଧ୍ବଂସ କରିଦେବ ବୋଲି ଆମେରିକା , ବ୍ରିଟେନକୁ ଚେତାବନୀ ଦେଇଥିଲା ଋଷ ।
୪୦ରୁ ୪୦ ବୁଡାଜାହାଜକୁ ଋଷ ସମୁଦ୍ର ଜଳରେ ଉପରକୁ ଉଠାଇ ଶତ୍ରୁକୁ କରିଥିଲା ସତର୍କ । ଶତ୍ରୁ ପକ୍ଷ ସାଟେଲାଇଟ ଜରିଆରେ ଏସବୁକୁ ଦେଖି ତଟସ୍ତ ରହିଯାଇଥିଲା । ଆମେରିକା ନିଜ ଜାହାଜରେ ପରମାଣୁ ବୋମା ଥିବାର ଭୟ ଯେତେବେଳେ ଦେଖାଇଲା; ଋଷ ମଧ୍ୟ ତାକୁ ଅବଗତ କରି ଦେଇଥିଲା ଯେ ଆମେ ବି ଆସିବା ବେଳେ ଦୁଇଶହ ଅଢେଇଶହ ପରମାଣୁ ବୋମା ନେଇ ଆସିଛୁ । ଆଗକୁ ବଢ । ଦେଖିବା କିଏ; କେତେ ବିଧ୍ବସ୍ତ ହେଉଛି । ଭାରତ ମହାସାଗରରେ ଏମିତି ଟଣାଓଟରା ଚାଲିଥିବା ବେଳେ ମୁକ୍ତି ବାହିନୀ ସେପଟେ ପୂର୍ବ ପାକିସ୍ତାନରେ ନିଜ ଲଢେଇ ଲଢୁଥିଲା ।
ଭାରତ କିନ୍ତୁ ପୂରା ଆରପାର୍ର ଯୁଦ୍ଧ କରିବାକୁ ମନ ବନାଇ ନେଇଥିଲା । ଏକ ଯୋଜନା କ୍ରମେ ପୂର୍ବ ପାକିସ୍ତାନ ଆକାଶରୁ ଭାରତୀୟ ବାୟୁସେନା ଯବାନମାନଙ୍କୁ ଏୟାରଡ୍ରପ କଲା । ଯୋଉଥିରେ ଯବାନଙ୍କ ବେଶରେ ଥିଲା ଅଧିକ ପୁତଳିକା । ଏହା କେବଳ ଭାରତୀୟ ବାୟୁସେନାକୁ ଜଣାଥିଲା । ଖବର ପ୍ରଚାର ହେଲା ଯେ ଭାରତ ପୂର୍ବ ପାକିସ୍ତାନରେ ୫୦୦୦ ଯବାନଙ୍କୁ ଏୟାର ଡ୍ରପ କରିଛି ଯିଏକି ପଶ୍ଚିମ ପାକିସ୍ତାନ ସୈନ୍ୟଙ୍କୁ ଖୋଜିଖୋଜି ମାରିବେ । ପାକିସ୍ତାନ ଉପରେ ଚାପ ବଢୁଥିଲା । ଏମିତିରେ ଭାରତୀୟ ବାୟୁସେନା ବାଂଲାଦେଶ ହେବାକୁ ଯାଉଥିବା ପୂର୍ବ ପାକିସ୍ତାନର ତତ୍କାଳୀନ ରାଜ୍ୟପାଳ ଏଏଚ ମଲ୍ଲିକଙ୍କ ଘର ଉପରେ ବୋମା ମାଡ଼ କରିଥିଲା । ରାଜ୍ୟପାଳ ତ ଆକ୍ରମଣରୁ ବର୍ତ୍ତିଗଲେ । ମାତ୍ର ଜୀବନରକ୍ଷା ପରେ ସେ ପଦରୁ ଇସ୍ତଫା ଦେଇଦେଲେ । ବାଂଲାଦେଶ ସୁରକ୍ଷା ଦାୟିତ୍ବରେ ଥିବା ଭାରତୀୟ ଲେଫ୍ଟନେଣ୍ଟ ଜେନେରାଲ ନିର୍ମଳଜିତ ସିଂହ ଅରୋରା ପାକିସ୍ତାନ ଲେଫ୍ଟନେଣ୍ଟ ଜେନେରାଲ ଏଏକେ ନିଆଜିଙ୍କ ସହିତ ଆଲୋଚନା କରିଥିଲେ । ଆଲୋଚନାରେ ଥିଲା ଚେତାବନୀ, ସତର୍କ ସୂଚନା ଆଉ ଆର୍ମରକ୍ଷା ଲାଗି ସର୍ତ୍ତ । ବାସ୍ତବରେ ନିଆଜିଙ୍କୁ ଅଧଘଣ୍ଟା ସମୟ ଦେଇଥିଲେ ଅରୋରା; ଯାହା ଭିତରେ ନିଆଜିଙ୍କୁ କରିବାକୁ ଥିଲା ଆର୍ମସମର୍ପଣ ।
ଦିନ ଥିଲା ୧୯୭୧ ଡିସେମ୍ବର ୧୬ । ୧୩ ଦିନ ଭିତରେ ହିଁ ଭାରତ ପାକିସ୍ତାନକୁ ଧୂଳି ଚଟାଇସାରିଥିଲା । ସାରା ବିଶ୍ବକୁ ଦେଖାଇସାରିଥିଲା ନିଜ ସାମରିକ ସାମର୍ଥ୍ୟର ବଳିଷ୍ଟ ପ୍ରମାଣ । ଆପଣ କହିବେ ବିଜୟର ଆନନ୍ଦ କେମିତି । ଆମେ କହିବୁ ବିଜୟଆନନ୍ଦର ଆଉ ଏକ ଦୃଶ୍ୟ ଏମିତି ।
ଯୋଉଠି ଆର୍ମସମର୍ପଣ କରିଥିଲେ ଜେନେରାଲ ନିଆଜି । ଏକାବେଳକେ ଭାରତ ସମ୍ମୁଖରେ ବନ୍ଧୁକ ପକାଇ ମୁଣ୍ଡ ନୁଆଇଁ ଥିଲେ ୯୩ ହଜାର ପାକିସ୍ତାନୀ ସୈନ୍ୟ । ଯାହା ବିଶ୍ବରେ କେବେ ଘଟି ନ ଥିଲା କି ଘଟି ନାହିଁ । ଯୋଉଠି ଜେନେରାଲ ନିଆଜିଙ୍କ ଚକ୍ଷୁରେ ଲୁହ, ମୁହଁରେ ଲଜ୍ଜା, ହାତରେ ଆର୍ମସମର୍ପଣ ପତ୍ର । ସେଇଠି ସ୍ବତନ୍ତ୍ରତା ଲାଭ କରିବାର ଆନନ୍ଦଅଶ୍ରୁ ଢାଲୁଥିଲା ମୁକ୍ତି ବାହିନୀ । ସ୍ବାଧୀନ ହୋଇଥିଲା ବାଂଲାଦେଶ । ଅତ୍ୟାଚାରିତଙ୍କୁ ମୁକ୍ତି ଦେବା ନେଇ ଭାରତ ପୁଣି ଥରେ ଲେଖିସାରିଥିଲା ସ୍ବତନ୍ତ୍ରତା ସଂଗ୍ରାମର ଆଉ ଏକ ଗାଥା ।
() ଭାରତ ପାକିସ୍ତାନ ଯୁଦ୍ଧର ଶେଷ ପର୍ଯ୍ୟାୟ ଥିଲା ପୋଙ୍ଗଲି ପୋଲ । ଭାରତୀୟ ଯବାନ ଆକାଶ ମାର୍ଗରୁ ଓହ୍ଲାଇବା ପରେ ସର୍ବପ୍ରଥମେ ଏହି ପୋଲକୁ ଅକ୍ତିଆର କରିନେଇଥିଲେ । ଯାହା ପରେ ଢାକାରେ ପ୍ରବେଶ କରିବା ସମ୍ଭବ ହୋଇଥିଲା । ପାକିସ୍ତାନର ଶତାଧିକ ସୈନ୍ୟ ପ୍ରାଣ ହରାଇସାରିଥିଲେ । ଭାରତୀୟ ସେନା ଚାରିପଟୁ ଢାକାକୁ ଘେରିନେଇଥିଲା । ପାକିସ୍ତାନ ଆର୍ମି ଲେଫନାଣ୍ଟ ଏଏକେ ନିଆଜିଙ୍କ ନିକଟରେ ସରେଣ୍ଡର ପାଇଁ ଚେତାବନୀଭରା ଲେଟର ପହଞ୍ଚିଥିଲା । ଚିଠିର ଗୋଟିଏ ଲାଇନ ପଢିବା ପରେ ଦୁଇହାତରେ ନିଜ ମୁଣ୍ଡକୁ ଧରି ଚିତ୍କାର କରିଉଠିଥିଲେ ନିଆଜି । କହିଥିଲେ ରାଓ୍ବଲପିଣ୍ଡିବାଲା ମାରିଦେଲେରେ । ଏହାପରେ ପାକିସ୍ତାନର ୯୩ ହଜାର ସୈନ୍ୟ ଭାରତ ପାଖରେ ଆର୍ମସମର୍ପଣ କରିଥିଲେ । ସୀମାସରହଦକୁ ନେଇ ଭାରତ ବିରୋଧରେ ସବୁବେଳେ ଆକ୍ରାମକ ମନୋଭାବ ରଖି ଆସୁଥିବା ପାକିସ୍ତାନ ଅତୀତର ଅନୁଶୀଳନ କରିବା ଉଚିତ । ପ୍ରତିଥର ଯୁଦ୍ଧ ବିରତି ଉଲ୍ଲଙ୍ଘନ କରିବା ପୂର୍ବରୁ ପାକ୍ ପୂର୍ବ ଯୁଦ୍ଧର ପରିଣତି ପାଶୋରି ନ ଯିବା ଉଚିତ ।
