ମୁମ୍ବାଇରେ ବିଛାଯାଇଛି ମାନବ ବୋମାର ଘାତକ ଜାଲ ! ସହର ସାରା ବୁଲୁଛନ୍ତି ୩୪ ମାବନ ବୋମା! ମୁମ୍ବାଇ ପୋଲିସ ଶୁକ୍ରବାର ସୂଚନା ଦେଇଛି ଯେ ମୁମ୍ବାଇ ସହରରେ 34ଟି ମାନବ ବୋମା ଖଞ୍ଜାଯାଇଥିବା ସୂଚନା ମିଳିଛି। ପୋଲିସ ଆହୁରି କହିଛି ଯେ “ମୁମ୍ବାଇର ଟ୍ରାଫିକ ପୋଲିସକୁ ସେମାନଙ୍କ ସରକାରୀ ହ୍ୱାଟସଆପ୍ ନମ୍ବରରେ ଧମକ ମିଳିଛି।”
ମୁମ୍ବାଇ ପୋଲିସ ଆହୁରି କହିଛି ଯେ, ଧମକରେ, ସହର ସାରା 34ଟି ଗାଡ଼ିରେ 34ଟି ‘ମାନବ ବୋମା’ ଖଞ୍ଜାଯାଇଛି ଏବଂ ବିସ୍ଫୋରଣ ସମଗ୍ର ମୁମ୍ବାଇକୁ ଥରାଇ ଦେବ ବୋଲି ଦାବି କରାଯାଇଛି।
‘ଲସ୍କର-ଏ-ଜିହାଦି’ ବୋଲି ଦାବି କରାଯାଇଥିବା ସଂଗଠନ କହିଛି ଯେ 14 ଜଣ ପାକିସ୍ତାନୀ ଆତଙ୍କବାଦୀ ଭାରତରେ ପ୍ରବେଶ କରିଛନ୍ତି। ଧମକ ବାର୍ତ୍ତାରେ ଆହୁରି କୁହାଯାଇଛି ଯେ “ବିସ୍ଫୋରଣରେ 400 କିଲୋଗ୍ରାମ RDX ବ୍ୟବହାର କରାଯିବ।”
ମୁମ୍ବାଇ ପୋଲିସ ସଜାଗ ଅଛି ଏବଂ ରାଜ୍ୟ ସାରା ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି। ଧମକର ସମସ୍ତ ଦିଗକୁ ତଦନ୍ତ କରାଯାଉଛି, ପୋଲିସ ସୂଚନା ଦେଇଛି।