ଘରଲୋକ ସକାଳେ ଦରଜା ଖୋଲିଲେ… ହେଲେ ଝିଅ ଗାୟବ!
ଖଟ ଉପରେ ପଡିଥିଲା ୫ ଫୁଟ୍ ଲମ୍ବା ସାପର କାତି!
ଗହଣା, ପୋଷାକ ସବୁ ବିଛଣା ଉପରେ ଥିଲା ।
ଗାଁ ସାରା ଖେଳିଗଲା ଆତଙ୍କ । ଲୋକ କୁହା କୁହି ହେଲେ ଯେ ସେ କାଳେ ଥିଲା ଇଚ୍ଛାଧାରୀ ନାଗୁଣୀ!
କିନ୍ତୁ… ସତ୍ୟ କଣ? ଯାହା ଶୁଣିଲେ, ଆପଣ ଆଶ୍ଚର୍ଯ୍ୟ ହେବେ!”
ଖୁବ୍ ଲୋକପ୍ରିୟତା ଲାଭ କରିଛି କଲର୍ସ ଚ୍ୟାନେଲର ନାଗିନ ସିରିଏଲ । କିନ୍ତୁ କେବେ ଭାବିଛନ୍ତି ବାସ୍ତବରେ କଣ ଏମିତି କିଛି ଇଚ୍ଛାଧାରୀ ନାଗ ନାଗୁଣି ଅଛନ୍ତି? ନିଶ୍ଚିତ ଭାବେ ଆପଣ ଏହାକୁ କଳ୍ପନିକ କାହାଣୀ କହିବେ । କିନ୍ତୁ ଉତ୍ତର ପ୍ରଦେଶର ଆଉରିଆ ଜିଲ୍ଲା ଅନ୍ତର୍ଗତ ଏକ ଗାଁର ଲୋକଙ୍କ ପାଇଁ ଗତ ସୋମବାର ଏସବୁ ସତ ହୋଇଯାଇଥିଲା । ଏକ ଇଚ୍ଛାଧାରୀ ନାଗୁଣି ସେମାନଙ୍କ ଗହଣରେ ବାସ କରୁଥିବା ଖବର ବିଦ୍ୟୁତ ବେଗରେ ପ୍ରଚାର ହୋଇଥିଲା । ଯାହାପରେ ପୂରା ଗାଁରେ ଖେଳିଯାଇଥିଲା ଆତଙ୍କ । ନମସ୍କାର ଦର୍ଶକବନ୍ଧୁ, ଗତ ସୋମବାରର ହିଁ କଥା, ଉତ୍ତର ପ୍ରଦେଶର ଆଉରିଆ ଜିଲ୍ଲା ଅନ୍ତର୍ଗତ ଏକ ଗାଁ ଲୋକଙ୍କର ହୋସ୍ ଉଡି ଗଲା ଯେତେବେଳେ ସେମାନେ ଶୁଣିବାକୁ ପାଇଲେ ଯେ, ସେମାନଙ୍କ ଗାଁରେ ଅଛି ଏକ ଇଚ୍ଛାଧାରୀ ନାଗୁଣି । ଯିଏକି ସେମାନଙ୍କ ଗାଁର ଜଣେ ଲୋକଙ୍କ ଘରେ ତାଙ୍କ ଝିଅ ହୋଇ ଜନ୍ମ ନେଇଛି । ବର୍ଷ ବର୍ଷ ଧରି ସେମାନଙ୍କ ଗହଣରେ ସେ ରହୁଥିଲା, ଖାଉଥିଲା, ବସୁଥିଲା ଓ ସେମାନଙ୍କ ସହ ମିଠା ମିଠା କଥା ହେଉଥିଲା । କ’ଣ ଏ ପୂରା ଘଟଣା ଜାଣିବା , ତା ପୂର୍ବରୁ ଏଭଳି ରୋଚକ ଖବର ଜାଣିବା ଲାଗି ଆମ ଚ୍ୟାନେଲ ଓଡ଼ିଶା ଡେଜ୍କୁ ସବ୍ସ୍କ୍ରାଇବ କରିନିଅନ୍ତୁ ।
ସୋମବାର ସକାଳୁ ୟୁପି ଆଉରିଆ ଜିଲ୍ଲାର ରୀନା ନାମକ ୨୪ ବର୍ଷୀୟା ଝିଅ ତା ରୁମ୍ରୁ ବାହାରକୁ ନବାହାରିବାରୁ ପରିବାର ଲୋକେ ତାକୁ ନିଦରୁ ଉଠାଇବାକୁ ଯାଇଥିଲେ । ହେଲେ ସେମାନେ ଯାହା ଦେଖିଲେ, ତାହା ସେମାନଙ୍କ ହୋସ୍ ଉଡାଇ ଦେଇଥିଲା । ରୀନା ସେହି ଘରେ ନ ଥିଲା, ବରଂ ତା’ ବେଡ୍ ଉପରେ ଥିଲା ପାଞ୍ଚ ଫୁଟ୍ ଲମ୍ବା ଏକ ସାପ କାତି । ବିଛଣା ଉପରେ ରୀନାର ଚୁଡ଼ି, ମୁଦି ଏବଂ ପୋଷାକ ପଡିଥିଲା । ରବିବାର ରାତିରେ ଝିଅ ସଭିଙ୍କ ସହ କଥା ହୋଇ ଖାଇ ସାରି ଭଲରେ ଶୋଇବାକୁ ଆସିଥିଲା । ହେଲେ ଏ କଣ, ରୀନା ଯେତିକି ଉଚ୍ଚା ସେତିକି ଲମ୍ବ ଏ ସାପ କାତି ବେଡ୍ ଉପରେ ପଡିଛି, ଆଉ ରୀନା ସେହି ଘରେ ନାହିଁ । ତା ଜିନିଷପତ୍ର ସବୁ ସେ କାତି ପାଖରେ ପଡିଛି । କଥାଟା ବିଦ୍ୟୁତ ବେଗରେ ପ୍ରଚାର ହୋଇଥିଲା । କେହିକେହି କହିବା ଆରମ୍ଭ କରିଥିଲେ ଯେ ରୀନା ଇଚ୍ଛାଧାରୀ ନାଗ ଥିଲା । ଯିଏକି ଦିବ୍ୟଶକ୍ତି କାରଣରୁ ନିଜ ରୂପକୁ ଆସିଯାଇଛି ଏବଂ ଏଠାରେ କାତି ଛାଡି ଚାଲିଯାଇଛି । ବାସ୍ ଚର୍ଚ୍ଚା ବଢିବା ସହ ଗାଁ ଦାଣ୍ଡରେ ଲାଗିଥିଲା ଦେଖଣାହାରୀଙ୍କ ଭିଡ଼ ।
ଏ ଘଟଣା ଗାଁ ଲୋକଙ୍କ ଭିତରେ ଆତଙ୍କ ଖେଳାଇଥିଲା । କଥା ସ୍ଥାନୀୟ ପୋଲିସ ପାଖରେ ପହଞ୍ଚିଲା । ପୋଲିସ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ ଆରମ୍ଭ କଲା । ଆଉ ଖୋଳତାଡ଼ରୁ ଯାହା ବାହାରିଲା ତାହା ଶୁଣିଲେ, ଆପଣ ଆଶ୍ଚର୍ଯ୍ୟ ହେବେ । ବାସ୍ତବରେ ରୀନା ଇଚ୍ଛାଧାରୀ ନାଗୁଣୀ ହେବାର ପ୍ରହେଳିକା ରଚିଥିଲା । ପରିବାର ଲୋକଙ୍କୁ ଭ୍ରମିତ କରିବାକୁ ସେ ରଚିଥିଲା ଇଚ୍ଛଧାରୀ ନାଗର ମିଛ କାହାଣୀ । ଆଉ ଏ ପୂରା ଷଡ଼ଯନ୍ତ୍ର ପଛରେ ଥିଲା ତାର ଚୋରା ପ୍ରେମ ।
ରୀନା ତାର ପ୍ରେମିକକୁ ବିବାହ କରିବାକୁ ଚାହୁଁଥିଲା । ହେଲେ ପରିବାର ଲୋକେ ରାଜି ହେବେ ନାହିଁ ବୋଲି ସେ ବେଶ୍ ଜାଣିସାରିଥିଲା । ଏଣୁ ଘର ଛାଡି ପ୍ରେମିକଙ୍କ ସହିତ ପଳାଇବାକୁ ସେ ଚରମ ନିଷ୍ପତ୍ତି ନେଇଥିଲା । ପରିବାର ଲୋକେ ତାକୁ ଭୁଲ୍ ବୁଝି ଯେମିତି ନ ରାଗନ୍ତି ସେଥିପାଇଁ ସେ ଇଚ୍ଛାଧାରୀ କାହାଣୀର ପୂରା ସିନ୍ କ୍ରିଏଟ କରିଥିଲା । ଯିବା ପୂର୍ବରୁ ନିଜେ ନିଜ ବିଛଣା ଉପରେ ୫ ଫୁଟ୍ ଲମ୍ବ ସାପର କାତି ରଖିଥିଲା । ଏ କାତି ତାର ବୋଲି ଯେମିତି ସମସ୍ତଙ୍କୁ ବିଶ୍ବାସ ହେବ, ସେଥିପାଇଁ ତାର ଚୁଡି, ମୁଦି ଏବଂ ପୋଷାକକୁ ମଧ୍ୟ ସେ ବିଛଣା ଉପରେ ପକାଇ ଦେଇଥିଲା । ଯେମିତି ଏସବୁ ଦେଖିବା ପରେ ଲୋକେ ବିଶ୍ବାସ କରିବେ ଯେ ସେ ଏକ ଇଚ୍ଛାଧାରୀ ନାଗୁଣୀ ଥିଲା ଏବଂ କାତି ଛାଡିବା ପରେ ଏଠାରୁ ଚାଲି ଯାଇଛି ।
କିନ୍ତୁ ରୀନାର ମୋବାଇଲ ଫୋନ୍ ହିଁ ତାକୁ ଧରା ପକାଇ ଦେଇଥିଲା । ପୋଲିସ ତାର ମୋବାଇଲ୍ ଫୋନ୍ ଟ୍ରାକ୍ କରି ତାର ଗତିବିଧି ଜାଣିପାରିଥିଲା। ପୋଲିସ କହିଛି, ରୀନା ତିନି ମାସ ଧରି ତା’ ପ୍ରେମିକ ସହିତ ପଳାଇଯିବାକୁ ଯୋଜନା କରୁଥିଲା। ଘରୁ ବାହାରିବା ପରେ ସେ ପ୍ରଥମେ ମୈନପୁରୀର କୁମ୍ଭେଲରେ ଶେଷନାଗ ମନ୍ଦିରକୁ ଯାଇଥିଲା । ଧରାପଡିବା ପରେ ରୀନା କହିଥିଲା ଯେ, ସ୍ୱପ୍ନରେ ସେ ସବୁବେଳେ ସାପ ଦେଖୁଥିଲା। ଏଣୁ ସାପ ମୂର୍ତ୍ତି ଫେରାଇ ଆଣିବା ପାଇଁ ସେ ଯାଇଥିଲା । ଏମିତିକି ଘରୁ ଯିବାରିବା ସମୟରେ ସେ କେବଳ ମୂର୍ତ୍ତି ନେଇ ଯାଇଥିଲା।