ଦିବଙ୍ଗତ ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ମୁଖ୍ୟ ଅଜିତ ପାୱାରଙ୍କୁ ଆଜି ଅଶ୍ରୁଳ ବିଦାୟ ଦେଇଛନ୍ତି ମହାରାଷ୍ଟ୍ରବାସୀ । ତାଙ୍କ ରାଜନୈତିକ ଗଡ଼ ବାରାମତିରେ ପୂର୍ଣ୍ଣ ରାଜ୍ୟ ମର୍ଯ୍ୟାଦା ସହିତ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ବୁଧବାର ସକାଳେ ଏକ ବିମାନ ଦୁର୍ଘଟଣାରେ ଅଜିତ ପାଓ୍ବାରଙ୍କର ମୃତ୍ୟୁ ଘଟିଥିଲା ।
ବିମାନଟିରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସମେତ ତାଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ବିଦୀପ ଜାଧବ, ବିମାନ ପରିଚାରିକା ପିଙ୍କି ମାଲି, ପାଇଲଟ୍-ଇନ୍-କମାଣ୍ଡ ସୁମିତ କପୁର ଏବଂ ଦ୍ୱିତୀୟ-ଇନ୍-କମାଣ୍ଡ ଶାମ୍ଭବୀ ପାଠକ।
ଘଟଣା ପରେ, କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ କିଞ୍ଜାରାପୁ କହିଛନ୍ତି, “ଆମେ ଏକ ସ୍ୱଚ୍ଛ ଏବଂ ଦାୟିତ୍ୱପୂର୍ଣ୍ଣ ଉପାୟରେ ତଦନ୍ତ କରିବୁ। ପ୍ରାରମ୍ଭିକ ସୂଚନା ଅନୁଯାୟୀ ସକାଳ ପ୍ରାୟ ୮:୪୮ ସମୟରେ ଅବତରଣ ସମୟରେ ସ୍ଥାନରେ ଦୃଶ୍ୟମାନତା କମ୍ ଥିଲା।”