ଭୁବନେଶ୍ବର: ମୃତ ଦର୍ଶାଯାଇଥିବା ଜୀବିତ ହିତାଧିକାରୀ ପାଇବେ ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା । ଏହି ହିତାଧିକାରୀଙ୍କୁ ଚିହ୍ନଟ କରିବେ ଅଙ୍ଗନବାଡ଼ି କର୍ମୀ। ଏନେଇ ଅଗଷ୍ଟ ୧୫ ପରେ ଗାଁ ଗାଁ ରେ ହେବ ସର୍ଭେ । ମିସନ ଶକ୍ତି ଭବନ ଠାରେ ‘ଦିବ୍ୟାଙ୍ଗ ଭଉଣୀଙ୍କ ସହ ବାର୍ତ୍ତାଳାପ’ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହା ଘୋଷଣା କରିଛନ୍ତି ।

ସେ କହିଛନ୍ତି ଯେ, ସୁଭଦ୍ରାର କେତେକ ଜୀବିତ ହିତାଧିକାରୀଙ୍କୁ ଭୁଲ୍ ବଶତଃ ମୃତ ଦର୍ଶାଯାଇଛି। ଇ-କେୱାଇସି ଡାଟା ଏଣ୍ଟ୍ରିରେ ତ୍ରୁଟି ଯୋଗୁଁ ଏଭଳି ଘଟିଛି । ଫଳରେ ସେମାନେ ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା ପାଇପାରି ନାହାନ୍ତି। ଏହି ସମସ୍ୟାର ସମାଧାନ ପାଇଁ ଅଗଷ୍ଟ ୧୫ ତାରିଖ ପରେ ଅଙ୍ଗନବାଡ଼ି କର୍ମୀଙ୍କ ଦ୍ୱାରା ସର୍ଭେ କରାଯାଇ ରିପୋର୍ଟ ପୋର୍ଟାଲ ଗ୍ରୀଭାନ୍ସ ଅପଲୋଡ ହେବ। ଯାଞ୍ଚ ପରେ ହିତାଧିକାରୀମାନଙ୍କୁ ଦ୍ବିତୀୟ କିସ୍ତି ମିଳିବ। ପ୍ରଥମ କିସ୍ତି ପାଇଥିବା ସମସ୍ତ ଜୀବିତ ହିତାଧିକାରୀ ଦ୍ବିତୀୟ କିସ୍ତିର ଟଙ୍କା ପାଇବେ ।