ଅନିଲ ଅମ୍ବାନୀଙ୍କ ରିଲାଏନ୍ସ ଗ୍ରୁପ୍ର ୧୮୦୦ କୋଟି ଟଙ୍କାର ସମ୍ପତ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ବାରା ଜବତ କରାଯାଇଛି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରିଲାଏନ୍ସ ଗ୍ରୁପ୍ର ୧୨,୦୦୦ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି। କମ୍ପାନି ବିରୋଧରେ ଇଡି ମନି ଲଣ୍ଡରିଂ ଅଭିଯୋଗର ତଦନ୍ତ କରୁଛି। ଏଥର କମ୍ପାନିର ୧୪୮ କୋଟି ଟଙ୍କାର ବ୍ୟାଙ୍କ ଜମା, ଅଂଶଧନକାରୀମାନଙ୍କ ନିବେଶ ଓ ଅସ୍ଥାବର ସମ୍ପତ୍ତି ଜବତ ହୋଇଛି।