ଭଗବାନଙ୍କ ଘରେ ମଧ୍ୟ VIP ଓ ସାଧାରଣର ଭେଦ?
() “ଏଠି ଭକ୍ତ କିଏ… ଆଉ ଭଗବାନ କିଏ?
ଏଠି ସୁରକ୍ଷା କିଏ ଦେଉଛି… ଆଉ ମାଡ଼ କିଏ ଖାଉଛି?
ସତରେ କ’ଣ ଭଗବାନ ଅଛନ୍ତି…?
ଯଦି ଭଗବାନ ଥାଆନ୍ତେ… ତେବେ ତାଙ୍କ ଦ୍ଵାରରେ
ଭକ୍ତଟିଏ କଣ କେବେ ଏଭଳି ଅପମାନିତ ହେଉଥାଆନ୍ତା…?
ଭକ୍ତଙ୍କୁ ଜବରଦସ୍ତ ଧକ୍କା ଦେଇ ଭଗବାନଙ୍କ ସମ୍ମୁଖରୁ ବାହାର କରିଦିଆଯାଉଥିବାର ଏକ ଭିଡିଓ ସୋସିଆଲ ମିଡିଆ ‘ଏକ୍ସ’ରେ ଭାଇରାଲ ହେଉଛି । ଏ ଦୃଶ୍ୟ କେଉଁଠିକାର… କେଉଁ ମନ୍ଦିରର…
ତାହାତ ସ୍ପଷ୍ଟ ନୁହେଁ…
କିନ୍ତୁ ଏକ ଦୃଶ୍ୟ ମନକୁ କାମ୍ପାଇଦେଉଛି… ଭାବନାକୁ ଆଘାତ କରୁଛି…
ଯେଉଁଠି ଭକ୍ତି ଥିବା କଥା…
ସେଠି ଭୟ କାହିଁକି…?
ଯେଉଁଠି ଆଶୀର୍ବାଦ ମିଳିବା କଥା…
ସେଠି ଅପମାନ କାହିଁକି…?
କୋଟିକୋଟି ଭକ୍ତଙ୍କ ମନକୁ ବ୍ୟଥିତ କଲାଭଳି ଏ ଭିଡ଼ିଓଟି…
ବର୍ତ୍ତମାନ ସୋସିଆଲ୍ ମିଡ଼ିଆରେ ଖୁବ୍ ଭାୟରାଲ୍ ହେଉଛି…
ଭାରତର ଅନେକ ମନ୍ଦିରରେ ଦର୍ଶନ ପାଇଁ ଭକ୍ତମାନେ…ଧାଡି ବାନ୍ଧି ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି…
କିନ୍ତୁ ଶୃଙ୍ଖଳା ନାମରେ କରାଯାଉଛି ଏଭଳିଅତ୍ୟାଚାର…?
ଏ ଭିଡିଓ ପ୍ରଶ୍ନ ଉଠାଉଛି ଯେ, ଯେଉଁଠି ଭିଆଇପି ମାନେ ମନ୍ଦିରରେ ଘଣ୍ଟା ଘଣ୍ଟା ପୂଜାର୍ଚ୍ଚନା କରୁପାରୁଛନ୍ତି, ସେମାନଙ୍କ ସୁରକ୍ଷା ପାଇଁ ମନ୍ଦିରକୁ ଏକପ୍ରକାର ଜନଶୂନ୍ୟ କରିଦିଆଯାଉଛି… ସେଠି ସାଧାରଣ ଭକ୍ତଟିଏ ନିମିଷେ ଆଖି ପୂରାଇ ଭଗବାନଙ୍କୁ ଦେଖିବା ପୂର୍ବରୁ ଶୃଙ୍ଖଳା ନାଁରେ ତଡ଼ା ଖାଉଛି ।
ଆଉ ଏହା ବି ପ୍ରଶ୍ନ ଉଠାଉଛି ଯେ,
ଆମେ କେଉଁ ଦିଗକୁ ଯାଉଛୁ…?”
() “ଦିନେ କୁରୁସଭାରେ
ଦ୍ରୌପଦୀଙ୍କୁ ଅପମାନିତ କରାଯାଇଥିଲା…
ସେହି ସମୟରେ…
ସ୍ୱୟଂ ଶ୍ରୀକୃଷ୍ଣ ପ୍ରକଟ ହୋଇ
ତାଙ୍କ ସମ୍ମାନ ରକ୍ଷା କରିଥିଲେ…
ଅନ୍ୟାୟ ବିରୋଧରେ
ଦେବତା ନିଜେ ଦୃଢତାର ସହ ଦଣ୍ଡାୟମାନ ଥିଲେ…
କିନ୍ତୁ ଆଜି…?
ଆଜି ସେହିଭିଳି ଦୃଶ୍ୟ ପୁଣି ଦେଖାଯାଉଛି… ମାତ୍ର ଏଥର…
ନାହାନ୍ତି କୃଷ୍ଣ…
ନାହାନ୍ତି ସେହି ଦିବ୍ୟ ହାତ…
ପ୍ରଶ୍ନ ଉଠୁଛି —
ସତରେ କଣ ଭଗବାନ ଦୂରେଇଗଲେ…?
ନା…
ଆମେ ନିଜେ ମାନବତାକୁ ଭୁଲିଗଲୁ…?
ଯେଉଁଠି ଆମେ ଦୃଢ଼ ହୋଇ ସ୍ବର ଉଠାଇବାର ଥିଲା…
ସେଠି ଆମେ ଚୁପ୍ ରହିଗଲୁ…
ତେବେ ଆଜି ପ୍ରଶ୍ନ ଭଗବାନଙ୍କୁ ନୁହେଁ…
ପ୍ରଶ୍ନ ଆମ ପାଖରେ…
ଆମେ କିଏ…?
ଭକ୍ତ… ନା ନିରବ ଦର୍ଶକ…?”
“ଆଜି ଆଉ କୃଷ୍ଣ ଆସିବେ ନାହିଁ…
ଏଥର ଆମକୁ ହିଁ କୃଷ୍ଣ ହେବାକୁ ପଡ଼ିବ…”