ମହାକାଶ ମିଶନ୍ ର ଆକ୍ସିଅମ୍-୪ ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କୁ ତାଙ୍କ ଦିଲ୍ଲୀସ୍ଥିତ ଲୋକ କଲ୍ୟାଣ ମାର୍ଗ ବାସଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭେଟିଲେ । ସାକ୍ଷାତ ସମୟରେ, ଶୁକ୍ଳା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆକ୍ସିଅମ୍-୪ ମିଶନ୍ ପ୍ୟାଚ୍ ପ୍ରଦାନ କଲେ ଏବଂ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ୍ ରୁ ଉଠାଯାଇଥିବା ପୃଥିବୀର ଫଟୋ ସେୟାର କଲେ। ଶୁକ୍ଲା ଅଗଷ୍ଟ 22-23 ତାରିଖରେ ଜାତୀୟ ମହାକାଶ ଦିବସ ପାଳନରେ ଅଂଶଗ୍ରହଣ କରିବା ପାଇଁ ରାଜଧାନୀ ଫେରିବା ପୂର୍ବରୁ ତାଙ୍କ ଜନ୍ମସ୍ଥାନ ଲକ୍ଷ୍ନୌ ଗସ୍ତ କରିବାର ସମ୍ଭାବନା ଅଛି।