ବଲିଉଡ୍ ଅଭିନେତା ରଣବୀର ସିଂହଙ୍କୁ କୋଟିଏ ଉର୍ଦ୍ଧ ଟଙ୍କା ଦାବି କରି ଏକ ଧମକପୂର୍ଣ୍ଣ ହ୍ୱାଟ୍ସଆପ୍ ଭଏସ୍ ନୋଟ୍ ମିଳିଛି। ଏହି ଘଟଣା ପରେ ମୁମ୍ବଇ ପୋଲିସ ତାଙ୍କ ବାସଭବନ ଚାରିପାଖରେ ସୁରକ୍ଷା ବଢ଼ାଇବା ସହ ଧମକ ପ୍ରେରକଙ୍କୁ ସକ୍ରିୟ ଭାବରେ ଖୋଜୁଛନ୍ତି।
ଅଭିନେତା ରଣବୀର ସିଂହଙ୍କୁ ହତ୍ୟା ଧମକ। କୋଟିଏରୁ ଉର୍ଦ୍ଧ ଟଙ୍କା ଦାବି କରି ହତ୍ୟା ଧମକ। ଘଟଣା ପରେ ରଣବୀରଙ୍କ ବାସଭବନ ବାହାରେ ମୁମ୍ବଇ ପୋଲିସସୁରକ୍ଷା ବ୍ୟବସ୍ଥା ବଢ଼ାଇଛି ।
ମଙ୍ଗଳବାର ଦିନ ଏହି ଭଏସ୍ ନୋଟ୍ ରଣବୀର ସିଂହଙ୍କ ହ୍ୱାଟ୍ସଆପ୍ କୁ ପଠାଯାଇଥିଲା। ଯାହା ତାଙ୍କ ସୁରକ୍ଷା ପାଇଁ ତୁରନ୍ତ ଚିନ୍ତା ସୃଷ୍ଟି କରିଛି। ଉକ୍ତ ମେସେଜରେ କୋଟିଏରୁ ଉର୍ଦ୍ଧ ଟଙ୍କା ଦାବି କରାଯାଇଥିବା ଜଣାପଡ଼ିଛି। ଏହା ରୋହିତ ଶେଟ୍ଟୀଙ୍କ ଘରେ ହୋଇଥିବା ସାମ୍ପ୍ରତିକ ଗୁଳିକାଣ୍ଡ ଘଟଣା ସହିତ ଜଡିତ ଥିବା ପରି ମନେ ହେଉଛି। ପୁଲିସ ଅଧିକାରୀ ଭଏସ୍ ନୋଟର ଉତ୍ପତ୍ତି ଚିହ୍ନଟ କରିବା ଏବଂ ଏହା ପୂର୍ବ ଗୁଳିକାଣ୍ଡ ଘଟଣା ସହିତ ଜଡିତ କି ନାହିଁ ତାହା ନିର୍ଣ୍ଣୟ କରିବା ପାଇଁ ଡିଜିଟାଲ୍ ଉତ୍ସ ଯାଞ୍ଚ କରୁଛନ୍ତି।