ଆଜି ରାଜ୍ୟ କ୍ୟାବିନେଟର ୨୫ତମ ବୈଠକ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା l ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣ ମାଧ୍ୟମକୁ ସୂଚନା ଦେଇଥିଲେ ।
କ୍ୟାବିନେଟ ବୈଠକରେ ମୋଟ ୦୩ ଟି ବିଭାଗର ୦୪ ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଥିଲl l
ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ୧ ଟି, ଇଲେକ୍ଟ୍ରୋନିକ୍ସ ଏବଂ ଆଇ ଟି ବିଭାଗର ୨ ଟି ପ୍ରସ୍ତାବ ଆଲୋଚନା ପୂର୍ବକ କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଥିଲା l
୪ର୍ଥ ପ୍ରସ୍ତାବଟି ଆଗାମୀ ସେପ୍ଟେମ୍ବର ୧୮ ତାରିଖରୁ ୧୭ ତମ ବିଧାନ ସଭାର ୪ର୍ଥ ଅଧିବେଶନ ଆରମ୍ଭ ହେବାକୁ ଥିବା ସମ୍ପର୍କିତ ପ୍ରସ୍ତାବ ଥିଲା l
ସେପ୍ଟେମ୍ବର ୧୮ରୁ ବିଧାନସଭା ଅଧିବେଶନ ନେଇ ପ୍ରସ୍ତାବ ପାରିତ ହୋଇଛି । ଲୋକସେବା ଆୟୋଗର ୩ ସଦସ୍ୟଙ୍କ ନିଯୁକ୍ତି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଇଲେକ୍ଟ୍ରୋନିକ୍ କମ୍ପୋନେଣ୍ଟ ମାନ୍ୟୁଫାକ୍ଚରିଂ ପଲିସିକୁ ଅନୁମୋଦନ ଦେଇଛନ୍ତି ସରକାର । ମାନ୍ୟୁଫାକ୍ଚରିଂ ପାଇଁ କ୍ୟାପିଟାଲ ସବ୍ସିଡି, ଟର୍ଣ୍ଣଓଭର ଇନ୍ସେଣ୍ଟିଭ୍ ମିଳିବ ଏବଂ ୧୦ଟି ମେଗା ପ୍ରକଳ୍ପ ପାଇଁ ସବସିଡି କିମ୍ବା ଟର୍ଣ୍ଣଓଭର ଅନୁଯାୟୀ ଇନସେଣ୍ଟିଭ ମିଳିବ । ଇଲେକ୍ଟ୍ରୋନିକ୍ କମ୍ପୋନେଣ୍ଟ ମାନ୍ୟୁଫାକ୍ଚରିଂରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ହେବ । ନୂଆ ଆଇଟି ପଲିସିକୁ ଅନୁମୋଦନ କରାଯାଇଛି । ନୂଆ ଆଇଟି ପଲିସିରେ କ୍ୟାପିଟାଲ ସବସିଡି ୩୦%କୁ ବୃଦ୍ଧି, ଅପର ଲିମିଟ ଉଠିଗଲା ।